Saturday, March 7, 2026
Homeରାଜ୍ୟରକ୍ତଦାନ କରି ଜନ୍ମଦିନ ପାଳନ କଲେ ବିଧାୟକ ।

ରକ୍ତଦାନ କରି ଜନ୍ମଦିନ ପାଳନ କଲେ ବିଧାୟକ ।

ବରଗଡ– ଜନ୍ମ ଦିନରେ ରକ୍ତଦାନ କରି ନିଜ ସମର୍ଥକଙ୍କ ସହ ଜନ୍ମଦିନ ପାଳନ କଲେ ଅତାବିରା ବିଧାୟକ ନିହାର ରଂଜନ ମହାନନ୍ଦ । ବରଗଡ ଜିଲ୍ଲାର ଅତାବିରା ନିର୍ବାଚନ ମଣ୍ଡଳୀର ଲୋକପ୍ରିୟ ବିିଧାୟକ ନିହାର ରଂଜନ ମହାନନ୍ଦଙ୍କ ଆଜି ୪୮ ତନ ଜନ୍ମ ଦିନ । ଆଜି ସକାଳୁ ସକାଳ ତାଙ୍କ ସମର୍ଥକ ମାନଙ୍କ ଶୁଭେଚ୍ଛାର ଶୁଅ ଛୁଟିଥିଲା । କିଏ ମୋବାଇଲରେ ମେସେଜ କରି ଶୁଭେଚ୍ଛା ଜଣାଇଛି ତ କିଏ ତାଙ୍କୁ ଭେଟି ଫିଲତୋଡା ଦେଇ ଶୁଭେଚ୍ଛା ଜଣାଇଛି ।

ଜନସାଧାରଣଙ୍କ ସାଥି ତଥା ଯୁବ ଗୋଷ୍ଠୀଙ୍କ ପ୍ରିୟ ନିହାର ଦାଦାଙ୍କ ଜନ୍ମ ଦିନ ଅବସରରେ ତାଙ୍କ ସମର୍ଥକ ମାନେ ଅତାବିରା ନିର୍ବାଚନ ମଣ୍ଡଳୀ ଭେଡେନ ବ୍ଲକ ବରପଦର ଠାରେ ଏକ ବିରାଟ ରକ୍ତଦାନ ଶିବିର ଆୟୋଜନ କରିଥିଲେ । ଏହି ଶିବିରକୁ ବିଧାୟକ ନିଜେ ଉଦଘାଟନ କରିବା ସହ ନିଜେ ରକ୍ତଦାନ କରିଥିଲେ । ଯାହାକି ଯୁବଗୋଷ୍ଠୀ ମାନଙ୍କ ପାଇଁ ଏକ ପ୍ରେରଣା ।

ଏହାପରେ ବିଧାୟକ ଗୌରଟିକ୍ରା ସ୍ଥିତ ଅନାଥ ଆଶ୍ରମର ଅନ୍ତେବାସୀ ମାନଙ୍କ ସହ ଜନ୍ମ ଦିନ ପାଳନ କରିଥିଲେ । କୁନି କୁନି ଶିଶୁ ମାନଙ୍କ ସହ କେକ୍ କାଟିବା ସହ ଜନ୍ମ ସେମାନଙ୍କୁ ପାଠପଢା ସାମଗ୍ରୀ ବଣ୍ଟନ କରିଥିଲେ । ସେଠାକାର ପିଲାମାନେ ମଧ୍ୟ ବେଶ ଖୁସି ଅନୁଭବ କରିଥିଲେ ।

error: Content is protected !!