Saturday, April 19, 2025
spot_imgspot_imgspot_img
Homeରାଜ୍ୟଯୋଗଜନ୍ମା ପ୍ରବାଦପୁରୁଷ ବିଜୁ ବାବୁଙ୍କ ଜୟନ୍ତୀ ସମାରୋହ ।

ଯୋଗଜନ୍ମା ପ୍ରବାଦପୁରୁଷ ବିଜୁ ବାବୁଙ୍କ ଜୟନ୍ତୀ ସମାରୋହ ।

ବରପାଲି-ବରପାଲି ଗଙ୍ଗାଧର ମେହେର କ୍ଲବ ପରିସରରେ ଡ଼ଃ ଆମ୍ବେଦକର ଲୋହିଆ ବିଚାର ମଞ୍ଚ ବରଗଡ ଜିଲ୍ଲା ଶାଖା ପକ୍ଷରୁ ଯୋଗଜନ୍ମା ମହାପୁରୁଷ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ ପାଳିତ ହୋଇଯାଇଛି। ମଞ୍ଚ ସଭାପତି ତେଜରାଜ ଭୋଇଙ୍କ ସଭାପତିତ୍ୱରେ ସଭାକାର୍ଯ୍ଯ ପରିଚାଳିତ ହୋଇଥିଲା l ମୁଖ୍ୟଅତିଥି ଭାବରେ ବିଜୟପଲ୍ଲୀ ଶ୍ରୀଜଗନ୍ନାଥ ସଂସ୍କୃତ ମହାବିଦ୍ୟାଳୟ ଅଧ୍ୟାପକ ଡ଼ଃ ରମେଶ ଚନ୍ଦ୍ର କର ଯୋଗ ଦେଇ କାର୍ଯ୍ଯକ୍ରମକୁ ଉଦଘାଟନ କରିଥିଲେ।ସମ୍ମାନିତ ଅତିଥି ଭାବରେ ସମାଜ ସେବୀ ଶ୍ରୀରାମ ସାହୁ ଓ ମୁଖ୍ୟ ବକ୍ତା ଭାବରେ ଅବସରପ୍ରାପ୍ତ ଅଧ୍ୟକ୍ଷ ପୁରନ୍ଦର ନନ୍ଦ ପ୍ରମୁଖ ଯୋଗ ଦେଇଥିଲେ।

ଅତିଥି ମାନେ ସ୍ବର୍ଗତ ବିଜୁ ପଟ୍ଟନାୟକ ଦୁଃସାହସିକତା,ଉଚ୍ଚାରଣ ଆଚରଣ ଏବଂ ଚିନ୍ତାଧାରା ସହ ମାନବିୟ ଗୁଣ ପାଇଁ ଭାରତର ଲୋକଙ୍କ ହୃଦୟ ଜିଣି ପାରିଥିଲେ l ସେ ଦୀନ ଦୁଃଖୀ ରଙ୍କିଙ୍କର ବନ୍ଧୁ ଥିଲେ ବୋଲି ମତବ୍ୟକ୍ତ କରିଥିଲେ l ଏହି ଅବସରରେ ବିଜୁବାବୁଙ୍କ ଜୀବନୀ ଉପରେ ଆଧାରିତ ଏକ ସ୍ୱରୋଚିତ କବିତା ପାଠ କରିଥିଲେ କବି ସୁରେନ୍ଦ୍ର ପଧାନ l ମଞ୍ଚର ସଂଗଠନ ସମ୍ପାଦକ ହର୍ଷ ବେହେରା ମଂଚକୁ ଆମନ୍ତ୍ରଣ କରିବା ସହ ଉଦ୍ୟେଶ ଜ୍ଞାପନ କରିଥିଲେ l ଶେଷରେ ବୃନ୍ଦାବନ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ l

error: Content is protected !!