Saturday, March 7, 2026
Homeରାଜ୍ୟଯୁବାଖୋଲରୁ ଜମରତଲା ରାସ୍ତା ପାଇଁ ଅତିରିକ୍ତ ଜିଲ୍ଲାପାଳଙ୍କ ଦ୍ଵାରସ୍ଥ ହେଲେ ଗ୍ରାମବାସୀ ।

ଯୁବାଖୋଲରୁ ଜମରତଲା ରାସ୍ତା ପାଇଁ ଅତିରିକ୍ତ ଜିଲ୍ଲାପାଳଙ୍କ ଦ୍ଵାରସ୍ଥ ହେଲେ ଗ୍ରାମବାସୀ ।

ପଦ୍ମପୁର-ପଦ୍ମପୁର ଉପଖଣ୍ଡ ଗାଇସିଲେଟ ବ୍ଲକ ଅନ୍ତର୍ଗତ ଯୁବାଖୋଲ ଗ୍ରାମରୁ ଜମରତଲା ଗ୍ରାମକୁ ସଂଯୋଗ କରୁଥିବା ରାସ୍ତା ମରଣଜନ୍ତା ପାଲଟିଛି । ଏହି ରାସ୍ତାର ଦୁର୍ଦଶା ବିଷୟରେ ବ୍ଳକ ପ୍ରଶାସନ ପାଖରେ ଅନେକ ଥର ଗୁହାରି କରିଥିଲେ ହେଁ କେହି ତାହାର ସମାଧାନ କରି ନାହାନ୍ତି । କେବଳ ଘଟଣା ସ୍ଥଳକୁ ଆସି ଦେଖି ରାସ୍ତା ହେବ ବୋଲି ପ୍ରତିଶୃତି ଦେଉଛନ୍ତି ।

ଏହି ରାସ୍ତା ଦେଇ ଅନେକ ସ୍କୁଲ ଛାତ୍ରଛାତ୍ରୀ ପାଠ ପଢିବା ପାଇଁ ଜମରତଲା ହାଇସ୍କୁଲ ଯିବା ଆସିବା କରିଥାନ୍ତି।ଏହି ରାସ୍ତାରେ ପ୍ରତିଦିନ ଲୋକମାନେ ବୈବସାୟିକ କାମ ପାଇଁ ପାଟଣାଗଡ଼,ଘସିଏନ, ଲରମ୍ଭା ଯିବା ଆସିବା କରିଥାନ୍ତି । ଏହି ରାସ୍ତାର ଦୁର୍ଦଶା ଯୋଗୁଁ ଯାତ୍ରୀମାନୋ ଅନେକ ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି ।

ଏଥିପ୍ରତି ସ୍ୱତନ୍ତ୍ର ଧ୍ୟାନ ଦେଇ ପଦକ୍ଷେପ ଗ୍ରହଣ କରିବାକୁ ସ୍ଥାନୀୟ ଅଧିବାସୀମାନେ ତଥା ସଚେତନ ନାଗରିକମାନେ ପଦ୍ମପୁର ଅତିରିକ୍ତ ଜିଲ୍ଲାପାଳଙ୍କ ଦ୍ଵାରସ୍ଥ ହୋଇ ଲିଖିତ ଭାବରେ ଅଭିଯୋଗ କରିଛନ୍ତି। ଅତିରିକ୍ତ ଜିଲ୍ଲାପାଳଙ୍କ ଅନୁପସ୍ଥିତ କାରଣରୁ ସହକାରୀ ଜିଲ୍ଲାପାଳଙ୍କୁ ତାଙ୍କ ଅଭିଯୋଗ ପତ୍ର ପ୍ରଦାନ କରିଥିଲେ ।

error: Content is protected !!