ଗାଇସିଲାଟ- ବରଗଡ଼ ଜିଲ୍ଲା ଗାଇସିଲାଟ ପଞ୍ଚାୟତ ସମିତି ମହାବିଦ୍ୟାଳୟର ଯୁକ୍ତ ଦୁଇ ପରୀକ୍ଷା ଫଳ ପ୍ରକାଶ ପାଇଛି । କଳା ବିଭାଗରେ ୨୩ ଜଣ ଛାତ୍ର ଛାତ୍ରୀ ଫାଷ୍ଟ ଡିଭିଜନରେ କୃତକାର୍ଯ୍ୟ ହୋଇଥିବା ବେଳେ ୩୦ ଜଣ ଛାତ୍ରଛାତ୍ରୀ ସେକେଣ୍ଡ ଡିଭିଜନ ଓ ୧୧୪ ଜଣ ଛାତ୍ରଛାତ୍ରୀ ଥାର୍ଡ ଡିଭିଜନରେ ପାସ୍ କରିଛନ୍ତି । ମହାବିଦ୍ୟାଳୟର କଳା ବିଭାଗର ପାସ୍ ହାର ଶତକଡ଼ା ୮୧.୪୬ ପ୍ରତିଶତ ରହିଛି । ଏହି ବିଭାଗରେ ଛାତ୍ରୀ ପୂଜା ବାରିକ ୪୭୭ ନମ୍ବର ରଖି ମହାବିଦ୍ୟାଳୟ ସ୍ତରରେ ଟପ୍ପର ହୋଇଛନ୍ତି ।
ସେହିପରି ବିଜ୍ଞାନ ବିଭାଗରେ ୨ ଜଣ ଛାତ୍ରଛାତ୍ରୀ ଫାଷ୍ଟ ଡିଭିଜନ ରେ କୃତ କାର୍ଯ୍ୟ ହୋଇଥିବା ବେଳେ ୭ ଜଣ ସେକେଣ୍ଡ ଡିଭିଜନ ଓ ୨୩ ଜଣ ଛାତ୍ରଛାତ୍ରୀ ଥାର୍ଡ୍ ଡିଭିଜନରେ ପାସ୍ କରିଛନ୍ତି । ମହାବିଦ୍ୟାଳୟର ବିଜ୍ଞାନ ବିଭାଗର ପାସ୍ ହାର ଶତକଡ଼ା ୭୮.୦୪ ପ୍ରତିଶତ ରହିଥିବା ସହ ଏହି ବିଭାଗରେ ଛାତ୍ର ହେମନ୍ତ ସାହୁ ୪୨୩ ନମ୍ବର ରଖି ମହାବିଦ୍ୟାଳୟ ସ୍ତରରେ ଟପ୍ପର ହୋଇଥିବା ମହାବିଦ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ସଫଳତା ପାଇଥିବା ସମସ୍ତ ଛାତ୍ରଛାତ୍ରୀ ମାନଙ୍କୁ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ.ଜୟକେତନ ତ୍ରିପାଠୀ ଅଭିନନ୍ଦନ ଜଣାଇବା ସହ ଉଜ୍ବଳ ଭବିଷ୍ୟତ କାମନା କରିଛନ୍ତି ।