Saturday, March 7, 2026
Homeଅଘଟଣମେଲଛାମୁଣ୍ଡା ଥାନା ଅଞ୍ଚଳରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ:ଥାନାର ଦ୍ବାରସ୍ଥ ହେଲେ ଗୁଦେରପାଲି ଗ୍ରାମବାସୀ।

ମେଲଛାମୁଣ୍ଡା ଥାନା ଅଞ୍ଚଳରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ:ଥାନାର ଦ୍ବାରସ୍ଥ ହେଲେ ଗୁଦେରପାଲି ଗ୍ରାମବାସୀ।

ପଦ୍ମପୁର-ମେଲଛାମୁଣ୍ଡା ଥାନା ଅଞ୍ଚଳରେ ହୁଗୁଳା ହୋଇପଡିଛି ଆଇନ ଶୃଙ୍ଖଳା ଯାହାର ଉଦାହରଣ ହେଉଛି ଗୋଟିଏ ବର୍ଷ ଭିତରେ ଏ ଅଞ୍ଚଳରେ ହତ୍ୟା,ଚୋରି,ତାଲା ଭାଙ୍ଗି ବିଭିନ୍ନ ଅନୁଷ୍ଠାନ କୁ ପସିବା,ରାତିରେ ଶୋଇଥିବା ବେଳେ କାହାଘରେ ବାହାରପଟୁ ତାଳା ମାରିଦେବା,ବିଭିନ୍ନ ସ୍ଥାନରେ ଜୁଆ ଆଡ୍ଡା ସମେତ ରାସ୍ତା କଡ଼ରେ ବେଆଇନ କୁଚିଆ ମଦ ଏବଂ ଚାଖନା ଦୁକାନ ମାନ ଖୋଲାଯିବା।ତଥାପି ପୋଲିସ ହତ୍ୟାକାରୀ,ଚୋର,ଜୁଆରୀ ଏବଂ ମଦ ବେପାରୀ ମାନଙ୍କର ଟେର ପାଉନି।ତେବେ ପ୍ରଶ୍ନ ଉଠୁଛି କାହା ଛତ୍ରଛାୟାରେ ରାସ୍ତା କଡ ମାନଙ୍କରେ ବେଆଇନ କୁଚିଆ ମଦ ଏବଂ ଚାଖଣା ଦୁକାନ ମାନ ଅନାୟାସରେ ଖୋଲାଯାଇଛି।ତାହା ସବୁ ଜାଣି ଶୁଦ୍ଧା ପୋଲିସ କୁମ୍ଭକର୍ଣ୍ଣ ନିଦ୍ରାରେ ଥିବା ଆଚାର୍ଯ୍ୟ ଜନକ ପ୍ରସଙ୍ଗ।

ଏସବୁ ପ୍ରସଙ୍ଗର ଅଭିଯୋଗ ଏବଂ ଆଲୋଚନା ପାଇଁ ମେଲଛାମୁଣ୍ଡା ଥାନା କୁ ପହଞ୍ଚିଥିଲେ ଗୁଦେରପାଲି ସରପଞ୍ଚ ରାମଚନ୍ଦ୍ର ପାତ୍ର,ଚାଷୀନେତା କିଶୋର ଚନ୍ଦ୍ର ଦେବତା,ଅବସର ପ୍ରାପ୍ତ ହାଇସ୍କୁଲ ଶିକ୍ଷକ କିଶୋର ପାତ୍ର,ଯୁବନେତା ମୁକେଶ ମୁରାରୀ କେଡିଆ। ଏବଂ ଗତ ରବିବାର ରାତିରେ ମେଲଛାମୁଣ୍ଡା ଥାନା ଅର୍ନ୍ତଗତ ଗୁଦେରପାଲି ଯୁକ୍ତ ଦୁଇ କଳା ମହାବିଦ୍ୟାଳୟର ମେନ୍ ଗେଟ ସମେତ ଅଫିସ ଏବଂ ଅନ୍ଯ କୋଠାର ତିନୋଟି ତାଳା ଭାଙ୍ଗି ଚୋର ମାନେ ଚୋରି ଉଦ୍ଯମ କରିଛନ୍ତି।ଖବର ପାଇ ଘଟଣାସ୍ଥଳରେ ମେଲଛାମୁଣ୍ଡା ପୋଲିସ ସମେତ ଡକ ସ୍କୋଆଡ ପହଞ୍ଚି ଛାନଭିନ ଆରମ୍ଭ କରିଥିଲେ।

ଅନୁସନ୍ଧାନି କୁକୁର ଟି ସବୁଆଡେ ବୁଲିବୁଲି କଲେଜ ପରିସରରୁ ପ୍ରାୟ ୩୦୦ ମିଟର ଦୂରରେ ଥିବା ଏକ କୁଚିଆ ମଦ ଏବଂ ଚାଖଣା ଦୁକାନ କୁ ପହଞ୍ଚିଥିଲା।ସେ ଘଟଣା ବାବଦରେ ଆଲୋଚନା କରି ଦୋଷୀକୁ ଶିଘ୍ର ଖୋଜି ବାହାର କରିବା ସହିତ ମେଲଛାମୁଣ୍ଡା ଥାନା ଅର୍ନ୍ତଗତ ନୁଆଁପାଲି ଏବଂ ଗୁଦେରପାଲି ଅଞ୍ଚଳରୁ ରାସ୍ତା କଡରେ ଥିବା କୁଚିଆ ମଦ ଏବଂ ଚାଖନା ଦୁକାନ ମାନ ବନ୍ଦ କରେଇବା ପାଇଁ ଥାନାଧିକାରୀଙ୍କୁ ଅନୁରୋଧ କରିଥିବା ଜଣାପଡିଛି।ନହେଲେ ଆଗାମୀ ଦିନରେ ଅଞ୍ଚଳବାସୀ ଜିଲ୍ଲାପାଳ ଅଫିସ୍ ଆଗରେ ଧାରଣା ଦେବେ ବୋଲି ଗୁଦେରପାଲି ସରପଞ୍ଚ ରାମଚନ୍ଦ୍ର ପାତ୍ର କହିଛନ୍ତି।

error: Content is protected !!