Sunday, March 8, 2026
Homeକଳା ସାହିତ୍ୟ ସଂସ୍କୃତିମୁହୁରୀ କେବଳ ଗୋଟେ ବାଦ୍ୟଯନ୍ତ୍ର ନୁହେଁ ଏହା ଆମ ପରମ୍ପରାର ପ୍ରତିକ ।

ମୁହୁରୀ କେବଳ ଗୋଟେ ବାଦ୍ୟଯନ୍ତ୍ର ନୁହେଁ ଏହା ଆମ ପରମ୍ପରାର ପ୍ରତିକ ।

ପଦ୍ମପୁର– ସଙ୍ଗୀତ ସମିତି ପଦ୍ମପୁର ଆନୁକୁଲ୍ୟରେ ପଞ୍ଚମ ବୋରାସମ୍ବର ମୁହୁରୀ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ବୋରାସମ୍ବରର ବିଭିନ୍ନ ଅଞ୍ଚଳରୁ ଆସିଥିବା ଲୋକ କଳାକାର ମାନେ ଗୋଟିଏ ଶୋଭାଯାତ୍ରାରେ ସହର ପରିକ୍ରମା କରିଥିଲେ। ଆୟୋଜିତ ସଭାରେ ପ୍ରଫେସର କେଶରଞ୍ଜନ ପ୍ରଧାନ ସଭାପତିତ୍ବ କରିଥିବାବେଳେ ପଦ୍ମପୁର ଅତିରିକ୍ତ ଜିଲ୍ଲାପାଳ କୁନାଲ ମୋତିରାମ ଚୌହାନ ମୁଖ୍ୟଅତିଥି ଭାବେ ଯୋଗଦେଇ ମାଁ ସମଲେଇଙ୍କ ପ୍ରତି ମୂତ୍ତିରେ ର୍ପୂଜାର୍ଚ୍ଚନା ପୂର୍ବକ ଉତ୍ସବକୁ ଦୀପ ପ୍ରଜ୍ଜ୍ୱଳନ କରି ଉଦ୍ଘାଟନ କରିଥିଲେ।

ନାଟ୍ୟକାର ଅଶୋକ ବହିଦାର, ନୃତ୍ୟଗୁରୁ ସୁରେନ୍ଦ୍ର ସାହୁ, ଅଭିନେତା ବିଶ୍ରାମ ମେହେର ସମ୍ମାନିତ ଅତିଥି ଭାବେ ଉପସ୍ଥିତ ରହି ମୁହୁରୀ ସମ୍ପର୍କରେ ବିଭିନ୍ନ ଦିଗରୁ ଆଲୋଚନା କରିଥିଲେ । ହଜି ଯାଉଥିବା ମୁହୁରୀର ସଂରକ୍ଷଣ ଓ ପ୍ରସାରଣ ପାଇଁ ସରକାରୀ ସ୍ତରରେ ପଦକ୍ଷେପ ନେବାପାଇଁ ମତ ପ୍ରକାଶ ପାଇଥିଲା । ସମ୍ପାଦକ ରମେଶ ଗୁର୍ଲାଙ୍କ ସଂଯୋଜନାରେ ସମସ୍ତ ଲୋକ କଳାକାର ମାନଙ୍କୁ ପ୍ରଶଂସା ପତ୍ର ପ୍ରଦାନ କରାଯାଇଥିଲା।

ସଭାପତି ରାଜେଶ ଗୁର୍ଲ୍ଲା ଧନ୍ୟବାଦ୍ ଅର୍ପଣ କରିଥିଲେ।କଳାକାରମାନେ ଚିତ୍ତାକର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ। କାର୍ଯ୍ୟକ୍ରମ ପରିଚାଳନାରେ ଗୋପବନ୍ଧୁ ଶିକା, ଅଶ୍ୱିନୀ ପଟେଲ, ଆଶିଷ କନ୍ଧେର, ବୁଲୁ ବୈକାର, ଦିବ୍ୟ କିଶୋର ବରିହା , ଦିନବନ୍ଧୁ ବାରିକ, ଅଜିତ ବିଶ୍ୱାସ, ଟେନେସ ପଣ୍ଡା ପ୍ରମୁଖ ସହଯୋଗ କରିଥିଲେ ।

error: Content is protected !!