Thursday, November 21, 2024
spot_imgspot_imgspot_img
Homeକଳା ସାହିତ୍ୟ ସଂସ୍କୃତିମୁଣ୍ଡୋମହୁଲ ଠାରେ ଜନଜାତୀୟ ଗୌରବ ଦିବସ ପାଳନ।

ମୁଣ୍ଡୋମହୁଲ ଠାରେ ଜନଜାତୀୟ ଗୌରବ ଦିବସ ପାଳନ।

ପାଟଣାଗଡ଼(ସନ୍ତୋଷ ପଣ୍ଡା)-ପାଟଣାଗଡ଼ ବ୍ଲକ ପ୍ରଶାସନ ଓ ମୁଣ୍ଡୋମହୁଲ ପଞ୍ଚାୟତ ମିଳିତ ଉଦ୍ୟମରେ ମୁଣ୍ଡୋମହୁଲ ଗ୍ରାମ ପଞ୍ଚାୟତ ଠାରେ ମହାନ ସ୍ୱାଧୀନତା ସଂଗ୍ରାମୀ ଆଦିବାସୀ ନେତା ବିର୍ସା ମୁଣ୍ଡାଙ୍କ ୧୫୦ ତମ ଜନ୍ମ ଜୟନ୍ତୀ ତଥା ଜନଜାତୀୟ ଗୌରବ ଦିବସ ପାଳନ କରାଯାଇଛି । ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥିଭାବେ ପଞ୍ଚାୟତ ସରପଞ୍ଚ ସୁଦର୍ଶନ ମହାନନ୍ଦ, ମୁଖ୍ୟ ବକ୍ତା ଆଦିବାସୀ ନେତା ଗିରିରାଜ ଭୋଇ, ସମ୍ମାନିତ ଅତିଥି ଘନ ଭୁଏ, ହୃଷିକେଶ ଭୋଇ, ଲଳିତ ମଲ୍ଲିକ ଓ ପର୍ଯ୍ୟବେକ୍ଷକ ଭାବେ କନିଷ୍ଠ ଯନ୍ତ୍ରୀ କୃଷ୍ଣ ମୋହନ ସାହୁ ଯୋଗଦେଇ ଜନଜାତୀୟ ଗୌରବ ଦିବସ ବିଷୟରେ ଆଲୋକପାତ କରିଥିଲେ।

ମୁଖ୍ୟବକ୍ତା ଶ୍ରୀ ଭୋଇ ତାଙ୍କ ବକ୍ତବ୍ୟରେ ଝାଡ଼ଖଣ୍ଡ ରାଜ୍ୟ ଖୁଣ୍ଟି ଜିଲ୍ଲା ଉଳିହାତୁ ଗ୍ରାମର ପିତା ସଗଡା ମୁଣ୍ଡା ମାତା କରମି ହଟୋଙ୍କ ଔରସରୁ ୧୮୭୫ ମସିହାରେ ଆଦିବାସୀ ନେତା ବିର୍ସା ମୁଣ୍ଡା ଜନ୍ମ ଗ୍ରହଣ କରିଥିଲେ। ପିଲାଟି ଦିନରୁ ବିର୍ସା ମୁଣ୍ଡା ଇଂରେଜ ମାନଙ୍କ ଆଦିବାସୀ ବିରୋଧୀ ନୀତି, ଶୋଷଣ ଦମନ ନୀତି, ସାହୁକାରୀ ନୀତି, ଭାରତୀୟ ଜଙ୍ଗଳ ନୀତି ପ୍ରତିବାଦରେ ଆଦିବାସୀ ମାନଙ୍କୁ ଏକ କରି ଆନ୍ଦୋଲନ କରିଆସୁଥିଲେ।ଗାଁ ମାନଙ୍କୁ ସଭା ସମିତି ପଦଯାତ୍ରା କରି ସଚେତନ କରି ସଂଗଠନକୁ ଶକ୍ତିଶାଳୀ କରୁଥିଲେ। ଇଂରେଜ ମାନଙ୍କ ଜମିଦାରୀ ପ୍ରଥାରେ ରାଜସ୍ବ ଖଜଣା ବନ୍ଦ କରିବା ଦାବିରେ ସଚେତନ କରୁଥିଲେ।

ଛାତ୍ର ଜୀବନ ସମୟରେ ଇଂରେଜ ମାନଙ୍କ ଦ୍ୱାରା ଆଦିବାସୀଙ୍କୁ କରାଯାଉଥିବା ଅନ୍ୟାୟ ଅତ୍ୟାଚାରକୁ ସହ୍ୟ କରିନପାରି ଦୁର୍ବାର ଆନ୍ଦୋଳନ କରି ମିଶିନାରୀ ସ୍କୁଲରୁ ବହିଷ୍କାର ହୋଇଥିଲେ।ଆଦିବାସୀ ମାନଙ୍କୁ ଜଙ୍ଗଲ ଜମି ପଟ୍ଟା ଦେବାପାଇଁ ଜମି ମୁକ୍ତି ଆନ୍ଦୋଳନ କରିଥିଲେ।ସେହି ମହାନ ସ୍ଵାଧୀନତା ସଂଗ୍ରାମୀଙ୍କ ପଥରେ ଅନୁପ୍ରାଣିତ ହୋଇ ଦେଶ ସେବା କଲେ ତାଙ୍କ ପାଇଁ ଉପଯୁକ୍ତ ସମ୍ମାନ ଓ ଶ୍ରଦ୍ଧାଞ୍ଜଳି ହେବ।ମହାନ ଆଦିବାସୀ ନେତା ବିର୍ସା ମୁଣ୍ଡାଙ୍କ ବଳିଦାନକୁ ମନେ ପକେଇବା ପାଇଁ ତାଙ୍କ ସ୍ମୃତି ଉଦ୍ଦେଶ୍ୟ ରେ ଜନଜାତିୟ ଗୌରବ ଦିବସ ପାଳନ କରାଯାଉଛି ବୋଲି କହିଥିଲେ।ଏହି କାର୍ଯ୍ୟକ୍ରମରେ ପଞ୍ଚାୟତ ନିର୍ବାହୀ ଅଧିକାରୀ ଭୋଜରାଜ ସାହୁ,ଏ ଡିଇଓ ସୁଦାମ ଚରଣ ନାଗ, ୱାଡ ମେମ୍ବର ହେମ ରାଜ ବାଗଙ୍କ ସହ ଶତାଧିକ ପୁରୁଷ ଓ ମହିଳା ଉପସ୍ଥିତ ଥିଲେ ।

error: Content is protected !!