ବୌଦ୍ଧ-ବୌଦ୍ଧ ବ୍ଲକ ମୁଣ୍ଡାପଡା ପଂଚାୟତ ଖେଳପଡିଆରେ ମୁଣ୍ଡାପଡା କ୍ଲଷ୍ଟର ସ୍ତରୀୟ ବାର୍ଷିକ କ୍ରୀଡା ଓ ମହୋତ୍ସବ ପ୍ରତିଯୋଗିତା ଉଦଯାପିତ ହୋଇଯାଇଛି l ବୌଦ୍ଧ ଗୋଷ୍ଠୀ ଶିକ୍ଷା ଅଧିକାରୀ ଉପେନ୍ଦ୍ର କୁମାର ପ୍ରଧାନଙ୍କ ସଭାପତିତ୍ୟରେ ଅନୁଷ୍ଠିତ ଉଦଯାପନୀ ସଭାରେ ବୌଦ୍ଧ ଜିଲ୍ଲାପାଳ ସୁବ୍ରତ କୁମାର ପଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ l ସମ୍ମାନିତ ଅତିଥି ଭାବେ ସମାଜସେବୀ ତଥା କାର୍ଡର ସମ୍ପାଦକ ଧର୍ମୁଧର ପୋଢ଼, ମୁଣ୍ଡାପଡ଼ା ସରପଞ୍ଚ ସୁମନ୍ତ ନାଏକ, ଯୋଗ ଦେଇଥିଲେ l ମୁଖ୍ୟ ବକ୍ତା ଭାବେ ଅଧ୍ୟାପକ ପ୍ରବୀର କୁମାର ଦାଶ ଯୋଗ ଶିକ୍ଷାର ଗୁଣାତ୍ମକ ଓ ଶିକ୍ଷା ସହ ଖେଳ ନିହାତି ଦରକାର ବୋଲି ବର୍ଣ୍ଣନା କରିଥିଲେ l
![](https://jagrataprahari.com/wp-content/uploads/2025/01/IMG-20250129-WA0015-1024x586.jpg)
ଆଞ୍ଚଳିକ ସାଧନା କେନ୍ଦ୍ରର ସଂଯୋଜକ ପ୍ରଶାନ୍ତ ଝାଙ୍କର ବିବରଣୀ ପଠନ କରିଥିଲେ l ପ୍ରତିଯୋଗିତାରେ ୧୩ ଗୋଟି ସ୍କୁଲରୁ ୯୯୮ ଜଣ ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରିଥିଲେ l ମୁଣ୍ଡାପଡ଼ା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଛାତ୍ରଛାତ୍ରୀ ସ୍ୱାଗତ ସଂଗୀତ ଗାନ କରିଥିଲେ l ଖେଳ ଶିକ୍ଷକ ଅମରିସ ପ୍ରଧାନ ରଂଜିତ ଚାନ୍ଦ, ବିକାଶ ଦୀପ, ବନ୍ଦିତା ବିଶ୍ୱାଳ, ବାସୁଦେବ ସାହୁ, ଶ୍ଵେତା ସେଵୀ, ଖେଳ ପରିଚାଳନା କରିଥିଲେ l ଖେଳ ଶିକ୍ଷକ ବୀର ବିକ୍ରମ ପ୍ରଧାନ, ବଣ୍ଡ ଭୋକ୍ତା, ମନ୍ମଥ ତରିଆ, ମଧୁସୂଦନ ନାଏକ, ନିରଞ୍ଜନ କ୍ଷେତୀ ବିଚାରକ ଥିଲେ l ଅକ୍ଷୟ ପ୍ରଧାନ, ଗୋକୁଳ ହାତୀ, ସୁଶାନ୍ତ କୁମାର ମହାପାତ୍ର, ରିତାଞ୍ଜଳୀ ପ୍ରଧାନ, ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ l
![](https://jagrataprahari.com/wp-content/uploads/2025/01/cover-1024x576.jpg)
ମୁଣ୍ଡାପଡ଼ା ଏମଇ ସ୍କୁଲର ପ୍ରଧାନ ଶିକ୍ଷକ ଶେଷଦେବ ପ୍ରଧାନ ଅତିଥି ପରିଚୟ ପ୍ରଦାନ କରିଥିଲେ l ଶିକ୍ଷକ ଶବର ସେଠି ମଞ୍ଚ ପରିଚାଳନା କରିଥିଲେ l ବାର୍ଷିକ କ୍ରୀଡାରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ରଛାତ୍ରୀଙ୍କୁ ଅତିଥି ମାନଙ୍କ ଦ୍ଵାରା ପୁରସ୍କାର ପ୍ରଦାନ କରାଯାଇଥିଲା l ସେହିପରି ବିକାଶ ମାଝୀ, ଅଂଶୁମାନ ଜାଲ, ଅର୍ଚିତା ସାହୁ, ଅର୍ଚିତା ଦୀପ ଚମ୍ପିୟାନ ହୋଇଥିବାରୁ ସେଇ ଛାତ୍ରଛାତ୍ରୀଙ୍କୁ ସ୍ୱତନ୍ତ୍ର ଭାବେ ପୁରସ୍କୃତ କରାଯାଇଥିଲା l ଏହା ପରେ ବିଭିନ୍ନ ବିଦ୍ୟାଳୟରୁ ଆସିଥିବା ଛାତ୍ରଛାତ୍ରୀଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା l ଶେଷରେ ଶିକ୍ଷକ ବିରବିକ୍ରମ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ l ଏହି କାର୍ଯ୍ୟକ୍ରମକୂ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ସହଯୋଗ କରିଥିଲେ l
![](https://jagrataprahari.com/wp-content/uploads/2024/10/Rahaul-3x5-copy-1024x614.jpg)
![](https://jagrataprahari.com/wp-content/uploads/2024/12/20241211_222518-1024x695.jpg)