ଗାଇସିଲେଟ-ବରଗଡ ଜିଲ୍ଲା ଏକାମ୍ର ଛକ ଠାରୁ ଦୁବଳାବାହାଲ ଭାୟା ବିଜେପୁର ରାସ୍ତାର ପ୍ରଶସ୍ତିକରଣ କାମ ଚାଲୁଛି।ଏହି ନିର୍ମାଣଧିନ ରାସ୍ତା ଏକାମ୍ର ଛକ ଠାରୁ ଝିଲ୍ଳୀ ନାଳା ପର୍ଯ୍ୟନ୍ତ ପୂର୍ତ୍ତ ବିଭାଗ କରୁଥିବା ସ୍ଥଳେ ଝିଲ୍ଳି ନାଳା ଠାରୁ ଭାୟା ଗୁଦେରପାଲି ଦୁବଲାବାହାଲ ପର୍ଯ୍ୟନ୍ତ ଓଡିଶା ସେତୁ ନିର୍ମାଣ ନିଗମ ଲିମିଟେଡ (ଓବିସିସି) କମ୍ପାନୀ କରୁଅଛି।
ହେଲେ ଏହି ରାସ୍ତା ପ୍ରଶସ୍ତିକରଣ ଯୋଗୁଁ ବର୍ତ୍ତମାନ ବାଦିପାଲି ଛକ ଠାରୁ ପୁଞ୍ଜିପଥର ଛକ ପର୍ଯ୍ୟନ୍ତ ରାସ୍ତା କଡ ଠାରୁ ପ୍ରାୟ ତିନି ଫୁଟ ରାସ୍ତା ମଝିରେ,ପ୍ରାୟ ଦୁଇ କିଲୋମିଟର ରାସ୍ତା ପର୍ଯ୍ୟନ୍ତ ବିପଦ ସଂକୁଳ ଅବସ୍ଥାରେ ଉଚ୍ଚ କ୍ଷମତା ସମ୍ପନ୍ନ ବିଦ୍ୟୁତ ତାର ଏବଂ ଖୁଣ୍ଟ ଗୁଡ଼ିକ ସରବରାହ ରହିଛି। ରାସ୍ତା ନିର୍ମାଣ କରୁଥିବା କର୍ମଚାରୀଙ୍କ କହିବା ଅନୁସାରେ ତିନିରୁ ଚାରି ଥର ଏ ବାବଦରେ ସର୍ବେ କରି ଟାଟା ପାୱାର ର ମୁଖ୍ଯକୁ ରିପୋର୍ଟ ଦେଲେଣି ରାସ୍ତା ମଝିରୁ ବିଦ୍ଯୁତ ତାର ଏବଂ ଖୁଣ୍ଟ ମାନଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରିବା ପାଇଁ କିନ୍ତୁ ଟାଟା ପାୱାର ର ବଡବଡ ବାବୁ ମାନେ କର୍ଣ୍ଣପାତ କରୁନଥିବା ଅଭିଯୋଗ ହେଉଛି।
ଏହି ରାସ୍ତା ରେ ପ୍ରତ୍ଯହ ହଜାର ହଜାର ଯାନବାହାନ ଯାତାୟତ କରୁଛି କୈାଣସି ବଡ ଧରଣର ଅଘଟଣ ଘଟିବା ପୁର୍ବରୁ ବରଗଡ ଜିଲ୍ଲାପାଳ ଦୁଷ୍ଟିଗୋଚର କରନ୍ତୁ ବୋଲି ଜନସାଧାରଣରେ ଦାବି ହେଉଛି।