ପଦ୍ମପୁର-ପଦ୍ମପୁର ଉପଖଣ୍ଡ ରାଜବୋଡ଼ାସମ୍ବର ବ୍ଲକ ବେଣ୍ଟକାରପୁର ସରକାରୀ ପ୍ରାଥମିକ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନଶିକ୍ଷକ ଶ୍ରୀ ଜଗବନ୍ଧୁ ବାବୁଙ୍କୁ ଜିଲ୍ଲା ସ୍ତରୀୟ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ୨୦୨୪-୨୫ ପାଇବା ପାଇଁ ମନୋନୀତ କରାଯାଇଛି। ଗୁରୁଦିବସ ପାଳନ ଅବସରରେ ଟୁକୁର୍ଲା ସ୍ଥିତ ବରଗଡ ବିଜ୍ଞାନ କେନ୍ଦ୍ର ଠାରେ ଅନୁଷ୍ଠିତ ସମ୍ଭର୍ଦ୍ଧନା ସଭାରେ ଶ୍ରୀଯୁକ୍ତ ବାବୁଙ୍କୁ ସମ୍ମାନିତ କରାଯାଇଛି । ବରଗଡ ଜିଲ୍ଳା ଶିକ୍ଷା ଅଧିକାରୀ ବିଶ୍ୱନାଥ ସାହୁ,ଅତିରିକ୍ତ ଜିଲ୍ଲା ମ୍ୟାଜିଷ୍ଟେଟ ମଧୁଛନ୍ଦା ସାହୁ,ଡାଏଟ ପ୍ରିନ୍ସିପାଲ ରଜନୀକାନ୍ତ ଦାଶ ଓ ଏଡିଇଓ ବିନୟ କୁମାର ସାଏଙ୍କ ଉପସ୍ଥିତିରେ ବେଣ୍ଟକାରପୁର ସରକାରୀ ପ୍ରାଥମିକ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଶ୍ରୀ ଜଗବନ୍ଧୁ ବାବୁ ସମ୍ମାନିତ ହୋଇ ପୁରସ୍କୃତ ହୋଇଥିଲେ । ଶ୍ରୀ ବାବୁଙ୍କ ଏହି ଉଲ୍ଲେଖନୀୟ ସଫଳତାରେ ପଦ୍ମପୁର ବ୍ଲକ ସହିତ ସମଗ୍ର ବରଗଡ ଜିଲାରେ ଖୁସିର ଲହରୀ ଖେଳି ଯାଇଛି । ସ୍ଥାନୀୟ ଅଭିଭାବକ,ଛାତ୍ର ଛାତ୍ରୀ ଓ ଶିକ୍ଷାପ୍ରେମୀ ମାନେ ତାଙ୍କୁ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇଛନ୍ତି ।



