Saturday, March 7, 2026
Homeରାଜ୍ୟମୁଖ୍ୟମନ୍ତ୍ରୀଙ୍କ ଦ୍ଵାରା ଜ୍ଞାନ ଫଳକ ଉଦ୍‌ଘାଟିତ ।

ମୁଖ୍ୟମନ୍ତ୍ରୀଙ୍କ ଦ୍ଵାରା ଜ୍ଞାନ ଫଳକ ଉଦ୍‌ଘାଟିତ ।

ସୁବର୍ଣ୍ଣପୁର-ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଶବ୍ଦ ଭଣ୍ଡାର ବୃଦ୍ଧିପାଇଁ ଆଜି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ରୁଗୁଡ଼ିପାଲି ଠାରେ ବିଦ୍ୟାଳୟ କ୍ୟାବିନେଟର ମୁଖ୍ୟମନ୍ତ୍ରୀ ଶ୍ରୀମାନ ଚନ୍ଦନ ଜଗଦଲା ଙ୍କ କର କମଳରେ ବିଦ୍ୟାଳୟର “ଜ୍ଞାନ ଫଳକ” ରୂପୀ ବୋର୍ଡ ଉଦ୍‌ଘାଟିତ ହୋଇ ଯାଇଛି। ଏହି ଫଳକରେ ପ୍ରତ୍ୟହ ଗୋଟିଏ ଶବ୍ଦକୁ ତିନିଗୋଟି ଭାଷା ଯଥା ଓଡ଼ିଆ ଇଂରାଜୀ ଓ ହିନ୍ଦୀରେ ଲେଖାଯିବ ଯାହାକୁ କି ଛାତ୍ରଛାତ୍ରୀମାନେ ସବୁଦିନ ନିଜ ନିଜ ଖାତାରେ ଲେଖିନେବା ସଙ୍ଗେ ସଙ୍ଗେ ପଢ଼ବାଦ୍ୱାରା ତାଙ୍କର ଶବ୍ଦ ଭଣ୍ଡାର ବୃଦ୍ଧି ହେବାର ଆଶା କରାଯାଉଛି।

ଏହି କାର୍ଯ୍ୟକ୍ରମ ରେ ଛାତ୍ର ସଂସଦ ର ସମସ୍ତ ସଦସ୍ୟ ସଦସ୍ୟା ଉପସ୍ଥିତ ଥିବା ସଙ୍ଗେ ସଙ୍ଗେ ବିଦ୍ୟାଳୟ ର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ଲାଲଚାନ୍ଦ ରଣା ଗ୍ରାଜୁଏଟ୍ ଶିକ୍ଷକ ଦୋଳଗୋବିନ୍ଦ ପଣ୍ଡା ଶିକ୍ଷକ ବୀରେନ୍ଦ୍ର ବରିହା ଓ ମୁକେଶ ରଂଜନ ପ୍ରଧାନ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମ ଶେଷରେ ସ୍ଵାସ୍ଥ୍ୟ ଓ ପରିମଳ ମନ୍ତ୍ରୀ ମାନଭଞ୍ଜନ ମହାନନ୍ଦ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅଭିନବ କାର୍ଯ୍ୟକ୍ରମକୁ ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ଶ୍ରୀଯୁକ୍ତ ସଂଜୟ ବାଘ ଭୂରି ଭୂରି ପ୍ରସଂଶା କରିଥିଲେ।

error: Content is protected !!