Wednesday, November 27, 2024
spot_imgspot_imgspot_img
Homeରାଜନୀତିମୁଁ ଆପଣଙ୍କର ଝିଅ ଥିଲି ଓ ଆଗକୁ ମଧ୍ୟ ଝିଅ ହୋଇ ରହିବି : ପଦ୍ମପୁର...

ମୁଁ ଆପଣଙ୍କର ଝିଅ ଥିଲି ଓ ଆଗକୁ ମଧ୍ୟ ଝିଅ ହୋଇ ରହିବି : ପଦ୍ମପୁର ଅଞ୍ଚଳର ବିକାଶ ମୋର ଲକ୍ଷ- ବର୍ଷା ।

ପଦ୍ମପୁର – ଆଉ ମାତ୍ର ଗୋଟିଏ ଦିନ ବାକି ରହିଲା। , ଆସନ୍ତା କାଲି ଅର୍ଥାତ ଶନିବାର ସନ୍ଧ୍ୟା ୬ ଘଣ୍ଟା ପରେ ସାଧାରଣ ନିର୍ବାଚନ ପାଇଁ ହେଉଥିବା ପ୍ରଚାର ସମ୍ପୁର୍ଣ୍ଣ ଭାବରେ ଥମିଯିବ ଓ ଆସନ୍ତା ୨୦ ତାରିଖ ଅର୍ଥାତ ସୋମବାର ଦିନ ହେବ ଭୋଟ ଗ୍ରହଣ । ହାତରେ ମାତ୍ର ୨୪ ଘଣ୍ଟାରୁ କମ ସମୟ ରହିଥିବା କାରଣରୁ ବିଭିନ୍ନ ରାଜନୈତିକ ଦଳର ନେତା ଓ ପ୍ରାର୍ଥୀ ମାନେ ନିଜର ପ୍ରଚାର କୁ ଅନ୍ତିମ ରୂପ ଦେବା ପାଇଁ ଲାଗି ପଡିଛନ୍ତି । ପଦ୍ମପୁର ନିର୍ବାଚନ ମଣ୍ଡଳୀରେ ବର୍ତ୍ତମାନ ର ବିଧାୟିକା ଶ୍ରୀମତୀ ବର୍ଷା ସିଂ ବାରିହା ଗତ ଅକ୍ଟୋବର ୨୦୨୨ ରେ ତାଙ୍କର ପିତା ସ୍ବର୍ଗତ ବିଧାୟକ ଶ୍ରୀ ବିଜୟ ରଞ୍ଜନ ସିଂ ବାରିହା ଙ୍କ ଦେହାନ୍ତ ପରେ ଡିସେମ୍ବର ରେ ହୋଇଥିବା ଉପନିର୍ବାଚନ ରେ ନିଜର ନିକଟତମ ପ୍ରତିଦ୍ବନ୍ଦି ଙ୍କୁ ୪୨୦୦୦ ରୁ ଉର୍ଦ୍ଧ୍ବ ରେକର୍ଡ ଭୋଟ ବ୍ୟବଧାନ ରେ ପରାଜିତ କରି ପଦ୍ମପୁର ମାଟିର ପ୍ରଥମ ମହିଳା ଭାବରେ ବିଧାୟିକା ଭାବରେ ନିର୍ବାଚିତ ହୋଇଥିଲେ ।

ଉପନିର୍ବାଚନ ସନୟରେ ସେ ଲୋକଙ୍କୁ ଅନେକ କାମ ପାଇଁ ପ୍ରତିଶ୍ରୁତି ଦେଇଥିଲେ ଓ ପରବର୍ତ୍ତୀ ସମୟରେ ସେ ସବୁକୁ ପୂରଣ ମଧ୍ୟ କରିଥିଲେ । ଏଠାରେ ସୂଚନାଯୋଗ୍ୟ ଯେ ଗର ଦେଢ଼ ବର୍ଷ ଭିତରେ ପ୍ରତେକ ପଞ୍ଚାୟତ ରେ ରାଜ୍ୟ ସରକାରଙ୍କ ତରଫରୁ ଦେଢ କୋଟି ଟଙ୍କାର ଉନ୍ନୟନ ମୂଳକ କାର୍ଯ୍ୟ କରାଯାଇଥିବା ବେଳେ ଅଂଚଳରେ ଅନେକ ଛୋଟ ବଡ଼ ପୋଲ , ରାସ୍ତା ଆଦିର କାମ ମଧ୍ୟ ଅନେକ ହୋଇଛି , ଏହା ସହିତ ମିଶନ ଶକ୍ତି ମାଧ୍ୟମ ରେ ଅନେକ ମହିଳା ମାନଙ୍କୁ ସଶକ୍ତ କରାଯିବା ସହିତ ଅନେକ ଅସମ୍ପୂର୍ଣ୍ଣ ପ୍ରକଳ୍ପ କୁ ପୂର୍ଣ୍ଣ କରାଇବାରେ ବିଧାୟିକାଙ୍କ ଭୂମିକା ନିଶ୍ଚିତ ଭାବରେ ପ୍ରଶଂସନୀୟ । ନିର୍ବାଚିତ ହେବା ପରଦିନରୁ ସେ ପ୍ରତେକ ଦିନ ସକାଳୁ ଘରୁ ବାହାରି ଗାଁ ଗାଁ ବୁଲି ଲୋକଙ୍କ ସହିତ ଆଲୋଚନା କରି ତାଙ୍କର ସୁବିଧା ଅସୁବିଧା ବୁଝି ତାର ସମାଧାନ ରେ ଲାଗି ପଡନ୍ତି । ଏଥିରେ ତିଳେମାତ୍ର ସନ୍ଦେହ ନାହିଁ ଯେ ଗତ ଦେଢ଼ ବର୍ଷ ଭିତରେ ସେ ଯୁବ ସମାଜ , ମାଁ ଭଉଣୀ , ଓ ବୟୋଜ୍ୟେଷ୍ଠ ବ୍ୟକ୍ତି ବିଶେଷ ଙ୍କ ପାଖରେ ବେଶ ଲୋକପ୍ରିୟ ହୋଇ ପାରିଛନ୍ତି । ଯାହାକି ବର୍ତମାନ ନିର୍ବାଚନ ପ୍ରଚାର ସମୟରେ ତୃଣମୂଳ ସ୍ତରରେ ସ୍ପଷ୍ଟ ଭାବରେ ପରିଲକ୍ଷିତ ହେଉଛି । ପ୍ରଚାର ପାଇଁ ସେ ଯେଉଁଠି କୁ ବି ଯାଉଛନ୍ତି ସେଠାରେ ତାଙ୍କୁ ଗାଁ ଲୋକେ ଭବ୍ୟ ସ୍ୱାଗତ କରୁଛନ୍ତି । ବିରୋଧୀ ମାନଙ୍କ ସହିତ ଲଗାତାର ମୁକାବିଲା କରି କରି ତାଙ୍କର ଆତ୍ମ ବିଶ୍ୱାସ। ମଧ୍ୟ ଅନେକ ମାତ୍ରାରେ ବୃଦ୍ଧି ପାଇଛି ।

ଏବେ ବର୍ଷା ବିରୋଧୀ ମାନଙ୍କୁ କରୁଥିବା କୋଣସି ପ୍ରଶ୍ନ ର ଜବାବ ବିରୋଧୀଙ୍କ ପାଖରେ ନଥିବା ଭଳି ଲାଗୁଛି । ବର୍ଷା ଙ୍କ ସଭାରେ ହେଉଥିବା ଭିଡ଼ ତାଙ୍କର ପଦ୍ମପୁର ରେ ଲୋକପ୍ରିୟତା କୁ ଦର୍ଶାଉଛି । ଆଜିର ଦିନରେ ତାଙ୍କର ଲୋକପ୍ରିୟତା ବିରୋଧୀଙ୍କ ପାଇଁ ମୁଣ୍ଡ ବ୍ୟଥାର ମୁଖ୍ୟ କାରଣ । ଆଜି ପଦ୍ମପୁର ନିକତଟସ୍ଥ ଦହିତା ଗ୍ରାମରେ ବିଜୁ ଜନତା ଦଳ ତରଫରୁ ଆୟୋଜିତ ନିର୍ବାଚନୀ ସଭାରେ ୮୦୦୦ ରୁ ଉର୍ଦ୍ଧ୍ବ ଲୋକଙ୍କ ସମାବେଶ ହୋଇଥିଲା । ଏହି ସଭାକୁ ବରଗଡ଼ ଲୋକସଭା ପାଇଁ ପ୍ରତିଦ୍ବନ୍ଦିତା କରୁଥିବା ବିଜେଡି ପ୍ରାର୍ଥୀ ଶ୍ରୀମତୀ ପରିନିତା ମିଶ୍ର ସମ୍ବୋଧିତ କରି କହିଥିଲେ ଯେ ପଦ୍ମପୁର ନିର୍ବାଚନ ମଣ୍ଡଲ୍ଲୀରେ ଗତ ଏକବର୍ଷ ଭିତରେ ହୋଇଥିବା ବିକାଶ ରାଜ୍ୟ ସରକାର ଙ୍କ ବିକାଶ ର ଏକ ଟେଲର ଥିଲା । ଆଗାମୀ ପାଞ୍ଚ ବର୍ଷ ଭିତରେ ପୁରା ସିନେମା ଦେଖାଯିବ । ଜୋରଦାର ବିକାଶ ର କାମ ଏବେ ଆରମ୍ଭ ମାତ୍ର ।

ଅନ୍ୟ ବକ୍ତା ମାନଙ୍କ ମଧ୍ୟରେ ବରଗଡ଼ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ମାନିନୀ ଭୋଇ , ବରିଷ୍ଠ ନେତା ଶ୍ରୀ ସୁଶାନ୍ତ ମିଶ୍ର , ଶ୍ରୀମତି ସ୍ମିତାରାଣୀ ସ୍ୱାଇଁ , ଶ୍ରୀ ରାଜୁ ଘିବେଳା ପ୍ରମୁଖ ଥିବା ବେଳେ ଯୁବ ନେତା ଶ୍ରୀ ଭାରତ ପଣ୍ଡା ଙ୍କର ଉଦବୋଧନ ଯୁବ ମାନଙ୍କୁ ଆକର୍ଷିତ କରିଥିଲା । ଏହି ସଭାରେ ନିଜର ଅଭିଭାଷଣ ରଖି ବିଧାୟିକା କହିଥିଲେ ଯେ ମୁଁ ଆପଣ ମାନଙ୍କ ଝିଅ , ଭବିଷ୍ୟତ ରେ ମଧ୍ୟ ମୁଁ ଆପଣଙ୍କ ଝିଅ ଓ ଭଉଣୀ ହୋଇ ରହିବି । ଆପଣ ମାନେ ବିରୋଧି ଙ୍କ ସବୁ କଥାକୁ ପ୍ରତ୍ୟାଖ୍ୟାନ କରି ମତେ ଆଶୀର୍ବାଦ କରିଥିଲେ ଓ ମୁଁ ଆପଣଙ୍କ ଆଦେଶ ମୁତାବକ ସବୁ କାମ କରିଛି ଓ କରିବି ମଧ୍ଯ । ଏହା ସହିତ ସେ ନିଜେ ଲୋକସଭା ପ୍ରାର୍ଥୀନୀ ଶ୍ରୀମତୀ ପରିଣିତା ମିଶ୍ର ଙ୍କ ପାଇଁ ଭୋଟ ଭିକ୍ଷା କରିଥିଲେ ।

error: Content is protected !!