Saturday, March 7, 2026
Homeକଳା ସାହିତ୍ୟ ସଂସ୍କୃତିମିଠାପାଲିରେ ଚବିଶ ପ୍ରହରୀ ନାମଯଜ୍ଞ ଆରମ୍ଭ ।

ମିଠାପାଲିରେ ଚବିଶ ପ୍ରହରୀ ନାମଯଜ୍ଞ ଆରମ୍ଭ ।

ପାଇକମାଳ-ପାଇକମାଳ ବ୍ଳକ ମିଠାପାଲି ଗାଁରେ ଚବିଶ ପ୍ରହରୀ ଅଖଣ୍ଡ ନାମଯଜ୍ଞ ଅନୁଷ୍ଠିତ ହୋଇଯାଇଅଛି। ଗାଁର ଶତାଧିକ ପୁରୁଷ ଓ ମହିଳା ନିକଟସ୍ଥ ଝରଣାକୁ ପୁର୍ଣ୍ଣ କଳସ ଜଳ ଆଣି ଯଜ୍ଞମଣ୍ଡପରେ ସ୍ଥାପନ କରିଥିଲେ। କର୍ତ୍ତା ଭାବରେ ଲିଙ୍ଗରାଜ ସାହୁ ଓ ବୀଣାପାଣି ସାହୁ, ବଳରାମ ସାହୁ ଓ ଡାଳିମ୍ବ ସାହୁ, ନବୀନ ସାହୁ ଓ ଜୟନ୍ତୀ ସାହୁ, ଗୌରହରି ସାହୁ ଓ ତପସ୍ଵିନୀ ସାହୁ, ନବୀନ ସାହୁ ଓ ଜୟନ୍ତୀ ସାହୁ , ନୀଳାମ୍ବର ସାହୁ ଓ ରଶ୍ମିତା ସାହୁ ଥିବାବେଳେ ମୁଖ୍ୟ ପୂଜକ ଭାବରେ ପଣ୍ତିତ ମିତ୍ରଭାନୁ ଦେବତା ପୂଜାକାର୍ଯ୍ୟ ସମ୍ପାଦକ କରୁଛନ୍ତି। ଆସନ୍ତା ଶନିବାର ପୂର୍ଣ୍ଣାହୂତି ହୋଇ ବୈଠକି କାର୍ଯ୍ୟକ୍ରମ ହୋଇ ନାମଯଜ୍ଞ ସମ୍ପନ୍ନ ହେବ। ଏଥିରେ ଗ୍ରାମର ସଭାପତି ତ୍ରିଲୋଚନ ସାହୁ, ଉପସଭାପତି ରିତ ବାରିକ, ସମ୍ପାଦକ ପାନାଲାଲ ସେଠ ତଥା ଗ୍ରାମବାସୀମାନେ ପରିଚାଳନାରେ ସହଯୋଗ କରିଥିଲେ।

error: Content is protected !!