Wednesday, December 18, 2024
spot_imgspot_imgspot_img
Homeକଳା ସାହିତ୍ୟ ସଂସ୍କୃତିମାର୍ଗଶିର ପୂର୍ଣିମାରେ ଅଙ୍ଗ ଆଳତୀ.....

ମାର୍ଗଶିର ପୂର୍ଣିମାରେ ଅଙ୍ଗ ଆଳତୀ…..

ପଦ୍ମପୁର-ଭାରରତୀୟ ସଂସ୍କୃତି ପରମ୍ପରାରେ କେଉଁ ଅନାଦିକାଳରୁ  ପ୍ରକୃତି, ନଦନଦୀ, ବୃକ୍ଷଳତାକୁ ଉପାସନା କରିବାର ଧାରା ରହି ଆସିଛି  । ଏହାକୁ ଉପଜୀବ୍ୟ କରି ଆଜି ୧୫ ଡିସେମ୍ବର ରବିବାର ମାର୍ଗଶି ପୁର୍ଣିମା ତିଥି ସନ୍ଧ୍ୟା ୫ ଘଣ୍ଟା ସମୟରେ ଐତିହାସିକ ଚତୁର୍ଥ ଅଙ୍ଗ ଆଳତୀ କରାଯାଇଅଛି । ଦିବ୍ୟଜ୍ୟୋତି ନୃସିଂହ ପଞ୍ଜିକାର ଗଣନାକାର ପଣ୍ଡିତ ଶ୍ରୀ ଆଶୁତୋଷ ପାଣିଗ୍ରାହୀ ଜ୍ୟୋତିଷ ପ୍ରବୀଣଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ମହୁଲପାଲି ସ୍ଥିତ ଶିବ ମନ୍ଦିର ଘାଟରେ ଅଙ୍ଗ ଆଳତୀ ଅନୁଷ୍ଠିତ ହୋଇଛି । ମୁଖ୍ୟ କର୍ତ୍ତା ଭାବାରେ ଶ୍ରୀ ଦୁଷ୍ମନ୍ତ (କୁଶ) ସାହୁ  ଦାୟିତ୍ୱ ତୁଲାଇଥିଲେ ।

ଏହି ଆଳତୀ ସମୟରେ ଘଣ୍ଟ,ଶଙ୍ଖ ଓ  ବ୍ରାହ୍ମଣ ମାନଙ୍କ ଦ୍ୱାରା ବୈଦିକ ମନ୍ତ୍ରପାଠ ସମଗ୍ର ପରିବେଶକୁ ମୁଖରୀତ କରିଥିଲା । ଏହି ଅବସରରେ ପଣ୍ଡିତ ଲକ୍ଷ୍ମୀକାନ୍ତ ତ୍ରିପାଠୀ, ପଣ୍ଡିତ ଖଗେଶ୍ବର ତ୍ରିପାଠୀ, ପଣ୍ଡିତ ସୁଲପାନି ପଣ୍ଡା, ପଣ୍ଡିତ ଆନନ୍ଦ ମିଶ୍ର, ଅନିଲ ପଣ୍ଡା, ବାବୁଲ ପଣ୍ଡା, ଅଶୋକ ପାଣିଗ୍ରାହୀ , ଭବାନୀ ଶଙ୍କର ମହାପାତ୍ର,  ମଣ୍ଟୁ ଦାସ, ତୁଳରାମ ସାହୁ, ଦେବାଧି ମେହେର,  ଟୁନା ସାହୁ, ପ୍ରଶାନ୍ତ ସାହୁ,  ପଞ୍ଚମ ସାହୁ, ଅକ୍ଷୟ ଦାଶ, ନାରାୟଣ ପଣ୍ଡା, ସନ୍ତୋଷ କୁମାର ପଣ୍ଡା, ବାବୁଲାଲ ସାହୁ ଓ ମହୁଲପାଲି ଗ୍ରାମର ଶ୍ରଦ୍ଧାଳୁ ଭକ୍ତ ଉପସ୍ଥିତ ରହି ଆଳତୀ କାର୍ଯ୍ୟକ୍ରମ ରେ ଯୋଗଦାନ କରିଥିଲେ । ପରିଶେଷରେ ଭକ୍ତ ମାନଙ୍କୁ ପ୍ରସାଦ ବଣ୍ଟନ କରାଯାଇଥିଲା ।

error: Content is protected !!