ବରପାଲି-ବରପାଲି ୧୪୭ ତମ ଶିବପାର୍ବତୀ ମହୋତ୍ସବରେ ଜଗତ ଜନନୀ ମାଁ ପାର୍ବତୀଙ୍କୁ କନ୍ୟା ରୂପରେ ପାଇଥିବାରୁ ପରମେଶ୍ବର ମେହେରଙ୍କ ପରିବାରବର୍ଗ ନିଜକୁ ଶତଶତ ଧନ୍ଯ ମଣୁଛନ୍ତି। ଚଳିତବର୍ଷ ମାତା ପାର୍ବତୀଙ୍କ ପିତୃଆଳୟ ଭାବେ ଶିବାଜୀକ୍ଲବ ଦାୟିତ୍ବଭାର ଗ୍ରହଣ କରି ଆୟୋଜନରେ ଲାଗିପଡିଛି। ସୂଚନାନୁଯାୟୀ ପୁର୍ବରୁ ମଧ୍ଯ ଗତ ୧୯୭୯ ଓ ୨୦୧୧ ମସିହାରେ କ୍ଲବ ପରିସରରେ ଦେବଦେବୀଙ୍କ ଲୋକାଚାରରେ ବିବାହ ରିତିନିତି ଅନୁଶାରେ ସମ୍ପର୍ଣ୍ଣ ହୋଇଥିଲା। ବର୍ତ୍ତମାନ ତୃତିୟ ଥର ପାଇଁ ପୁନଃ ହିମାଦ୍ରି ନଗରରେ ମାଁଙ୍କ ବାହଘର ଆୟୋଜନ ଆଗେଇଚାଲିଛି।
ଚଳିତ ବର୍ଷ କନ୍ଯା ମାତାପିତା ଭାବରେ ନିର ମେହେର ଓ ପରମେଶ୍ବର ମେହେର ପୁର୍ବ ପରମ୍ପରା ପାଳନ ଅନୁକରଣରେ ନିଜକୁ ପ୍ରସ୍ତୁତ କରିଛନ୍ତି। ମେହେର ଦମ୍ପତ୍ତିଙ୍କ କହିବାକଥା ବହୁ ଲୋକ ଅନେକ ଆଶାକୁ ଫଳବତି କରିବା ଉଦେଶ୍ଯରେ ଆଗେଇଥାନ୍ତି। ତନମଧ୍ଯରୁ କେତେକାଶଂରେ ସଫଳତା ପାଇଥିବା ବେଳେ ଅନେକେ ଅସଫଳତାର ସ୍ବାଦ ମଧ୍ଯ ଚାଖିଥାନ୍ତି। ଆମର ମଧ୍ଯ ବହୁ ଦିନରୁ ମାଁଙ୍କୁ ପାଇବା ଓ ଝିଅ ଭାବରେ କନ୍ଯାଦାନ କରିବା ସୌଭାଗ୍ଯ ଅର୍ଜନର ଆଶା ରହିଥିଲା। ହେଲେ ବେଳେ ବେଳେ ସ୍ବପ୍ନ ରୂପେ ଉଭା ହୋଇ ଆଶାଟି ନୈରାଶ୍ଯରେ ପରିଣତ ମଧ୍ଯ ହୋଇଥାଏ। ତଥାପି ଆମ ପରିବାରଜନ ଦୃଢ ବିଶ୍ବାଷ ଓ ଆଶା ରହିଥିଲା।
ଯାହାବି ହେଉ ଏହି ଜିବନରେ ଦେବାଧିଦେବ ବାବା କପିଳେଶ୍ବର ମହାଦେବଙ୍କ ଅପାର କରୁଣା ପଡିଛି ଏବଂ ମାଁଙ୍କ ଆଶିର୍ବାଦ କାର୍ଯ୍ଯକାରୀ ହୋଇ ଆମକୁ ଅଭୟଦାନ ପ୍ରାପ୍ତି ହୋଇଥିବାରୁ ଆମେ ମାନେ ବହୁ ମାତ୍ରାରେ ଆନନ୍ଦିତ। ଚଳିତ ବର୍ଷ ମାଁ ପାର୍ବତୀଙ୍କୁ କନ୍ୟା ରୂପରେ ପାଇଥିବାରୁ ଝିଅ ବିବାହ ଏବଂ ବିଦାକି ପାଇଁ ପ୍ରସ୍ତୁତି ପଥରେ ପରିବାର ଗୁରୁତ୍ବ ଦେବା ସହ ଆବଶ୍ୟକିୟ ଅଳଙ୍କାର ବସ୍ତ୍ର ଓ ବିଭିନ୍ନ ଛୋଟବଡ ସାମଗ୍ରିର କିଣାକାମରେ ଲାଗିପଡିଛନ୍ତି। ସେହିପରି ମାମୁଁଘର ମଉଳା ଡାକରା, ବନ୍ଧୁ ପରି ଜନଙ୍କୁ ନିମନ୍ତ୍ରଣ କାର୍ଯ୍ଯ ପ୍ରାୟଃ ସମାପନ ହୋଇଯାଇଛି।