Saturday, April 19, 2025
spot_imgspot_imgspot_img
Homeକଳା ସାହିତ୍ୟ ସଂସ୍କୃତିମାଣ୍ଡୋସିଲ ସ୍ନାତକ ମହାବିଦ୍ୟାଳୟରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ।

ମାଣ୍ଡୋସିଲ ସ୍ନାତକ ମହାବିଦ୍ୟାଳୟରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ।

ପାଇକମାଲ-ମାଣ୍ଡୋସିଲ ସ୍ନାତକ ମହାବିଦ୍ୟାଳୟରେ ‘ବୃକ୍ଷ ହିଁ ଜୀବନ’ ଓ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ମହାବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀଯୁକ୍ତ ବିନୟ ରଂଜନ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ପରିଚାଳନା କମିଟିର ସଭାପତି ଶ୍ରୀଯୁକ୍ତ ମହେନ୍ଦ୍ର କୁମାର ଖୁଣ୍ଟିଆ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବାବେଳେ ଶ୍ରୀଯୁକ୍ତ ଲିଟୁ ପଟ୍ଟନାୟକ ସମ୍ମାନିତ ଅତିଥି ରୂପେ ଯୋଗଦାନ କରିଥିଲେ।

ଓଡ଼ିଆ ବିଭାଗର ମୁଖ୍ୟ ଅଧ୍ୟାପକ ଶ୍ରୀଯୁକ୍ତ ସନ୍ତୋଷ ସିଂ ଠାକୁର ମୁଖ୍ୟବକ୍ତା ଭାବେ ବୃକ୍ଷ ରୋପଣର ମହନୀୟତା ସମ୍ପର୍କରେ ଆଲୋକପାତ କରିଥିବାବେଳେ ଜାତୀୟ ସେବା ଯୋଜନା ଅଧିକାରୀ ଅଧ୍ୟାପକ ସୁମିତାବ ନାୟକଙ୍କ ନେତୃତ୍ବରେ ଛାତ୍ରଛାତ୍ରୀମାନଙ୍କୁ ନେଇ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ ଅଧ୍ୟାପକ ଶ୍ରୀଯୁକ୍ତ ନିରାକାର ରାଉତ, ଅଧ୍ୟାପକ ଶ୍ରୀ ଅମରେଶ ଠାକୁର,ଅଧ୍ୟାପିକା ଶ୍ରୀମତୀ ସସ୍ମିତା ସରିଆ, ଅଧ୍ୟାପିକା ବବିତା ମଲ୍ଲିକ, ଗୁରୁ ପ୍ରସାଦ ବଣ୍ଡା ପ୍ରମୁଖ ସାହାଯ୍ୟ ସହଯୋଗ କରିଥିଲେ।

error: Content is protected !!