
ପାଇକମାଳ-ମାଣ୍ଡୋସିଲ ସ୍ନାତକ ମହାବିଦ୍ୟାଳୟର ଅଧ୍ୟକ୍ଷ ବିନୟ ରଞ୍ଜନ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଚାଲିଥିବା ସାତଦିନ ବ୍ୟାପି ଶୀତକାଳୀନ ଶିବିର ପୋଷ୍ୟଗ୍ରାମ ଧାରୋଳ ଠାରେ ଉଦଯାପିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ସମ୍ବଲପୁର ବିଶ୍ୱବିଦ୍ୟାଳୟର ଏନ୍.ଏସ.ଏମ ପ୍ରୋଗ୍ରାମ କୋଡିନେଟର ବିରେନ୍ଦ୍ର ବେହେରା ଯୋଗଦେଇ ଏନ୍.ଏସ.ଏମ ସମ୍ପର୍କରେ ଆଲୋଚନା କରିଥିଲେ । ଏଥିରେ ମୁଖ୍ୟବକ୍ତା ଭାବେ ଓଡ଼ିଆ ଅଧ୍ୟାପକ ସନ୍ତୋଷ ସିଂ ଠାକୁର ଯୋଗଦେଇ ଛାତ୍ରଛାତ୍ରୀଙ୍କୁ ଏନ୍.ଏସ.ଏସ ବିଷୟରେ ବିଶଦ ଆଲୋଚନା କରିଥିବାବେଳେ ଅନ୍ୟତମ ଅତିଥି ଭାବେ ରାଜନୀତି ବିଜ୍ଞାନ ବିଭାଗର ମୁଖ୍ୟ ଅଧ୍ୟାପକ କୃଷ୍ଣ ଚନ୍ଦ୍ର ଦେବତା ଯୋଗଦେଇ ଏନ୍.ଏସ.ଏସ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ।

ଶେଷରେ ଏନ.ଏସ.ଏସ. କାର୍ଯ୍ୟକାରୀ ଅଧିକାରୀ ଅଧ୍ୟାପକ ସୁମିତାବ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ଅଧ୍ୟାପକ ପୁଷ୍ପକାନ୍ତ ସାହୁ, ଅଧ୍ୟାପକ ଦେବକାନ୍ତ ନାୟକ, ଅଧ୍ୟାପକ ଅମରେଶ ଠାକୁର,ଅଧ୍ୟାପିକା ବବିତା ମଲ୍ଲିକ, ଅଧ୍ୟାପିକା ସସ୍ମିତା ସରିଆ, ରୋହିତ ପ୍ରଧାନ, ଗୁରୁ ପ୍ରସାଦ ବଣ୍ଡା, ବିରେନ୍ଦ୍ର ରଣା,ଅଜୟ ପଟେଲ,ଅମନ ମାଝୀ, ଜଗଜୀବନ ସିଧାର, ଶିବ ପ୍ରସାଦ ସାହୁ, ଦେବାଶିଷ ମାଝୀ,ଆରତୀ ସାହୁ, ସସ୍ମିତା ରଣା,ପଙ୍କଜିନୀ ରଣା, ଦମୟନ୍ତୀ ସାହୁ ପ୍ରମୁଖ ଛାତ୍ରଛାତ୍ରୀ ସହଯୋଗ କରିଥିଲେ।



