Sunday, April 20, 2025
spot_imgspot_imgspot_img
Homeକଳା ସାହିତ୍ୟ ସଂସ୍କୃତିମାଣ୍ଡୋସିଲ ସ୍ନାତକ ମହାବିଦ୍ୟାଳୟରେ ଜାତୀୟ ସମ୍ବିଧାନ ଦିବସ ପାଳିତ ।

ମାଣ୍ଡୋସିଲ ସ୍ନାତକ ମହାବିଦ୍ୟାଳୟରେ ଜାତୀୟ ସମ୍ବିଧାନ ଦିବସ ପାଳିତ ।

ପାଇକମାଲ-ମାଣ୍ଡୋସିଲ ସ୍ନାତକ ମହାବିଦ୍ୟାଳୟରେ ଜାତୀୟ ସମ୍ବିଧାନ ଦିବସ ପାଳିତ ହୋଇଯାଇଛି। ଏଥିରେ ମ‌ହାବିଦ୍ୟାଳୟର ଅଧ୍ୟକ୍ଷ ତଥା ସଭାପତି ଶ୍ରୀଯୁକ୍ତ ବିନୟ ରଂଜନ ପଣ୍ଡା , ମୁଖ୍ୟ ବକ୍ତା ଭାବେ ଝାରବନ୍ଧ ପଞ୍ଚାୟତ ସମିତି ସ୍ନାତକ ମହାବିଦ୍ୟାଳୟର ରାଜନୀତି ବିଜ୍ଞାନ ବିଭାଗର ଅଧ୍ୟାପକ ଡକ୍ଟର ଖ୍ୟାତିମୟ ତ୍ରିପାଠୀ ଯୋଗଦେଇ ସମ୍ବିଧାନ ସମ୍ପର୍କରେ ସାରଗର୍ଭକ ବକ୍ତବ୍ୟ ପ୍ରଦାନ କରିଥିଲେ।

ମୁଖ୍ୟ ଅତିଥି ଭାବେ କୋମନା ମହାବିଦ୍ୟାଳୟର ରାଜନୀତି ବିଜ୍ଞାନ ବିଭାଗର ପ୍ରାକ୍ତନ ପ୍ରାଧ୍ୟାପକ ଶ୍ରୀଯୁକ୍ତ ଶେଷଦେବ ନାୟକ ସମ୍ବିଧାନର ବିଭିନ୍ନ ଧାରା ସମ୍ପର୍କରେ‌ ଆଲୋଚନା କରିଥିଲେ । ଉକ୍ତ ସଭାକୁ ରାଜନୀତି ବିଜ୍ଞାନ ବିଭାଗର ଅଧ୍ୟାପକ ଦେବକାନ୍ତ ନାୟକ ସଞ୍ଚାଳନ କରିଥିବାବେଳେ ରାଜନୀତି ବିଜ୍ଞାନ ବିଭାଗର ମୁଖ୍ୟ ଅଧ୍ୟାପକ ଶ୍ରୀଯୁକ କୃଷ୍ଣଚନ୍ଦ୍ର ଦେବତା ଧନ୍ୟବାଦ ଅର୍ପଣ କରିଥିଲେ।

ଏଥିରେ ଇଂରାଜୀ ବିଭାଗର ମୁଖ୍ୟ ଶ୍ରୀଯୁକ୍ତ ନିରାକାର ରାଉତ, ଓଡ଼ିଆ ବିଭାଗର ମୁଖ୍ୟ ଶ୍ରୀଯୁକ୍ତ ସନ୍ତୋଷ କୁମାର ସିଂ ଠାକୁର, ଅଧ୍ୟାପକ ଅମରେଶ ଠାକୁର, ଅଧ୍ୟାପକ ସୁମିତାବ ନାୟକ, ଅଧ୍ୟାପକ ପୁଷ୍ପକାନ୍ତ ସାହୁ, ଅଧ୍ୟାପିକା ସସ୍ମିତା ସରିଆ, ବବିତା ମଲ୍ଲିକ, ସ୍ନେହର ଛାତ୍ରଛାତ୍ରୀ ତଥା ରୋହିତ ପ୍ରଧାନ ଓ ଗୁରୁ ପ୍ରସାଦ ବଣ୍ଡା ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ।

error: Content is protected !!