Saturday, March 7, 2026
Homeକଳା ସାହିତ୍ୟ ସଂସ୍କୃତିମାଣ୍ଡୋସିଲ ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରରେ ଶ୍ରୀମା ଜୟନ୍ତୀ ।

ମାଣ୍ଡୋସିଲ ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରରେ ଶ୍ରୀମା ଜୟନ୍ତୀ ।

ପାଇକମାଲ-ପାଇକମାଲ ବ୍ଳକ ମାଣ୍ଡୋସିଲ ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରରେ ଶୁକ୍ରବାର ଶ୍ରୀମା ଜୟନ୍ତୀ ପାଳିତ ହୋଇଯାଇଛି। ଶ୍ରୀମାଙ୍କ ପାଦପଦ୍ମରେ ଧୂପ ପୁଷ୍ପ ଅର୍ପଣ କରାଯାଇଥିଲା । ନାମ ଜପ ପରେ ସଭାକାର୍ଯ୍ୟ ହୋଇଥିଲା । ଅଧ୍ୟକ୍ଷ ଗଙ୍ଗାଧର ରଣା ଦିବ୍ୟଜନନୀ ଶ୍ରୀମାଙ୍କ ଉତ୍ସର୍ଗୀକୃତ ଜୀବନୀ ଉପରେ ଆଲୋକପାତ କରିବା ସହ ତାଙ୍କ ଆଦର୍ଶରେ ଅନୁପ୍ରାଣିତ ହେବାକୁ ଛାତ୍ରଛାତ୍ରୀମାନଙ୍କୁ ପରାମର୍ଶ ଦେଇଥିଲେ। ଉପାଧ୍ୟକ୍ଷ ମଳୟ କୁମାର ହଂସ ସଭା ପରିଚାଳନା କରିଥିଲେ। ଏହି ଅବସରରେ ଛାତ୍ରଛାତ୍ରୀମାନଙ୍କୁ ନେଇ ଡ୍ରଇଂ, କୁଇଜ୍ , ରଙ୍ଗୋଲି ଓ ବକୃତା ଭଳି କାର୍ଯ୍ୟକ୍ରମ ହୋଇଥିଲା। ଏଥିରେ ସମସ୍ତ ଅପା ଭାଇ ସହଯୋଗ କରିଥିଲେ।

error: Content is protected !!