ପାଇକମାଳ-ପାଇକମାଳ ବ୍ଳକ ମାଣ୍ଡୋସିଲ ଝିଅ ଶ୍ରେଷ୍ଠା ପଣ୍ଡା ସମଗ୍ର ନୂଆପଡ଼ା ଜିଲ୍ଲାରେ ଟପର ହୋଇ ନିଜ ଗାଁ ମାଟିର ସୁନାମ ଆଣିଛନ୍ତି। ପ୍ରତିଦିନ କଠିନ ପରିଶ୍ରମ ତଥା ଅସୀମ ଧର୍ଯ୍ୟ ତାକୁ ସଫଳତା ଆଣିବାରେ ସଫଳ ହୋଇଛନ୍ତି। ଦିନକୁ ୧୦ ରୁ ୧୨ ଘଣ୍ଟା ପାଠ ପଢୁଥିଲେ। ୨୦୨୪-୨୫ ଶିକ୍ଷକ ବର୍ଷ ମାଟ୍ରିକ ପରୀକ୍ଷାରେ ୫୫୯ ମାର୍କ ରଖି ନୂଆପଡ଼ା ଜିଲ୍ଲା ପ୍ରଥମ ସ୍ଥାନରେ ରହି ଟପର ହୋଇଛନ୍ତି।ସେ ପିଲା ବେଲୁ ମେଧାବୀ ଛାତ୍ରୀ ଥିଲେ।

ମାଣ୍ଡୋସିଲ ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରରେ ପାଠ ପଢ଼ି ସେ ନିକଟସ୍ଥ କୋମନା ବ୍ଳକ ମୁଣ୍ଡାପଲା ପଞ୍ଚାୟତ ଉଚ୍ଚ ବିଦ୍ୟାଳୟରେ ପାଠ ପଢୁଥିଲେ। ଶନିବାର ନୂଆପଡ଼ା ଜିଲ୍ଲାପାଳ ମଧୁସୁଦନ ଦାସ ତାଙ୍କୁ ଉପକୈଢନ ଦେଇ ଶୁଭେଚ୍ଛା ଜଣାଇ ଭବିଷ୍ୟତରେ ଜଣେ ଭଳ ମଣିଷ ହେବା ପାଇଁ ପ୍ରେରଣା ଦେଇଛନ୍ତି।

ଶ୍ରୀପଣ୍ଡା ଆଇପିଏସ୍ ହେବା ଲକ୍ଷ୍ୟ ରଖିଛନ୍ତି। ସୂଚନାଯୋଗ୍ୟ, ପାଇକମାଳ ବ୍ଳକ ମାଣ୍ଡୋସିଲ ଗାଁର ଅନିରୁଦ୍ଧ ପଣ୍ଡା ଓ ସୀତା ମିଶ୍ରଙ୍କ ଝିଅ ଅଟନ୍ତି। ତାଙ୍କ ପିତା ଅନିରୁଦ୍ଧ ପଣ୍ଡା ଜଣେ ହାଇସ୍କୁଲ ଶିକ୍ଷକ ହେଇଥିବା ବେଳେ ମାତା ସୀତା ମିଶ୍ର ଗୂହିଣୀ ଅଟନ୍ତି । ତାଙ୍କ ସଫଳତାରେ ଅଞ୍ଚଳରେ ଶୁଭେଚ୍ଛାର ସୁଅ ଛୁଟୁଛି।


