ପାଇକମାଲ-ପାଇକମାଲ ବ୍ଳକ ମାଣ୍ଡୋସିଲ ବଡ଼ ଖେଳ ପଡ଼ିଆରେ ଚାଲିଥିବା ମାଣ୍ଡୋସିଲ କ୍ରିକେଟ କପରେ ଶୁକ୍ରବାର ୫ଟି ମ୍ୟାଚ ଖେଲାଯାଇଛି। ପ୍ରଥମ ମ୍ୟାଚରେ ଜାମସେଠକୁ ହରାଇ ମାଲପଡା ବିଜୟୀ ହୋଇଥିଲା। ଦ୍ବିତୀୟ ମ୍ୟାଚରେ ନୂଆପରାକୁ ହରାଇ ପଥରେଲ ବିଜୟୀ ହୋଇଥିଲା। ତୃତୀୟ ମ୍ୟାଚରେ ପଥରେଲକୁ ହରାଇ ମାଲପଡା ବିଜୟୀ ହୋଇଥିଲା। ଚତୁର୍ଥ ମ୍ୟାଚରେ ମାଗୁରପାଣିକୁ ହରାଇ ମାଣ୍ଡୋସିଲ ବିଜୟୀ ହୋଇଥିଲା। ପଞ୍ଚମ ମ୍ୟାଚରେ ମାଲପଡା ଓ ମାଣ୍ଡୋସିଲ ମଧ୍ୟରେ ଅନୁଷ୍ଠିତ କ୍ୱାର୍ଟର ଫାଇନାଲରେ ମାଣ୍ଡୋସିଲ ବିଜୟୀ ହୋଇ ସେମିଫାଇନାଲ ପ୍ରବେଶ କରିଥିଲା। ଦେବସିଂ ଭରାସାଗର ଓ ନରେଶ ବିଶ୍ୱାଳ ଖେଳ ପରିଚାଳନା କରିଥିଲେ।

ବିଜୁ ବରିହା ଓ ଦେବେନ୍ଦ୍ର ନାୟକ ସ୍କୋରର ଥିବା ବେଳେ ପୁଷ୍ପକାନ୍ତ ସାହୁ ଧାରାବିବରଣୀ ପ୍ରଦାନ କରିଥିଲେ। ଅତିଥି ଭାବରେ ଜାମସେଠ ଡାକ୍ତରଖାନାର ଡଃ ପଙ୍କଜ କୁମାର ଭୋଇ ଓ ସମ୍ମାନିତ ଅତିଥି ଭାବରେ ଜାମସେଠ ଡାକ୍ତରଖାନାର ଫାର୍ମାସିଷ୍ଟ ଭରତଲାଲ୍ ପଟେଲ,ଆର୍ମୀ ଅଫିସର ଦିଲ୍ଲୀପ କୁମାର ବରିହା ଯୋଗଦେଇଥିଲେ। ଅନିଲ ଦାସ,ତାପସ ରଞ୍ଜନ ସାହୁ, ଗୋକୁଳ ବିଶ୍ବାଳ, ଗୋବର୍ଦ୍ଧନ ଭୋଇ, ଝସକେତନ ନାୟକ,ମାନସ ନାୟକ, ଗିରିଧାରୀ ଭୋଇ, ମନୋଜ କୁମ୍ଭାର, ହେମାନନ୍ଦ ବିଶ୍ବାଳ, ସୁରେଶ ବିଶ୍ବାଳ, ବିକାଶ ବିଶ୍ବାଳ, ସହଦେବ କାରେ, ପ୍ରଶାନ୍ତ ମହାନନ୍ଦ, ସୁରେନ୍ଦ୍ର ପୁଟା, ମହେନ୍ଦ୍ର ଚନ୍ଦ୍ର ନାୟକ ପ୍ରମୁଖ ପରିଚାଳନା ସହଯୋଗ କରିଥିଲେ।


