Saturday, March 7, 2026
Homeରାଜ୍ୟମାଣ୍ଡୋସିଲରେ ବାଳ ବୈଜ୍ଞାନିକ ପ୍ରଦର୍ଶନୀ ।

ମାଣ୍ଡୋସିଲରେ ବାଳ ବୈଜ୍ଞାନିକ ପ୍ରଦର୍ଶନୀ ।

ପାଇକମାଲ-ପାଇକମାଲ ବ୍ଳକ ମାଣ୍ଡୋସିଲ ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରରେ ଶ୍ରୀଅରବିନ୍ଦ ବିଜ୍ଞାନ ପରିଷଦ ଆନୁକୂଲ୍ୟରେ ବିଦ୍ୟାଳୟ ସ୍ତରୀୟ ବାଳ ବୈଜ୍ଞାନିକ ଓ ହସ୍ତକଳା ପ୍ରଦର୍ଶନୀ ଅନୁଷ୍ଠିତ ହୋଇଯାଇଅଛି। ସ୍ବତନ୍ତ୍ର ଅତିଥି ଭାବରେ ଶିକ୍ଷାକେନ୍ଦ୍ରର ସଭାପତି ଗୋକୁଳାନନ୍ଦ ଡନସନା ଯୋଗଦେଇ ଉଦଘାଟନ କରିଥିଲେ। ଛାତ୍ରଛାତ୍ରୀମାନେ ବିଭିନ୍ନ ବିଜ୍ଞାନ ପ୍ରକଳ୍ପ ଓ ହସ୍ତକଳା ପ୍ରଦର୍ଶନ କରିଥିଲେ । ବିଜ୍ଞାନ ବିଭାଗରେ ନରହରି ସିଂ, ଗଙ୍ଗାଧର ରଣା, ବିକ୍ରମ ସିଂ,ହରିପ୍ରିୟା ସାହୁ, ଶିବାନନ୍ଦ ପଟେଲ ଓ ହସ୍ତକଳା ବିଭାଗରେ ଭିଏସନନ୍ଦ ବରିହା, ଜଗନ୍ନାଥ ରଣା ଓ ତପସ୍ଵିନୀ ଭୋଇ ବିଚାରକ ଭାବରେ ଥିଲେ।

ପୁରସ୍କାର ବିତରଣୀ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ମାଣ୍ଡୋସିଲ ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷୟିତ୍ରୀ ମୀନତି ଟେଟେ ଓ ସମ୍ମାନୀତ ଅତିଥି ଭାବରେ ଶିକ୍ଷାକେନ୍ଦ୍ରର ସଭାପତି ଗୋକୁଳାନନ୍ଦ ଡନସନା, ଶିକ୍ଷା କେନ୍ଦ୍ରର ଅଧ୍ୟକ୍ଷ ଗଙ୍ଗାଧର ରଣା, ପରିଚାଳନା କମିଟି ସଭ୍ୟ ତପନ ବହିଦାର ଓ ଅନିରୁଦ୍ଧ ପଣ୍ଡା ଅତିଥି ଭାବରେ କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରିଥିଲେ।

ଉପାଧ୍ୟକ୍ଷ ମଳୟ ହଂସ ସଭା କାର୍ଯ୍ୟ ପରିଚାଳନା କରିଥିଲେ। କରୁଣାକର ପ୍ରଧାନ, ଗିରିଶ ଚନ୍ଦ୍ର ମାଝୀ, ମଦନ ଧରୁଆ, ଯୋଗେଶ ନାୟକ, ଉତ୍ତମ ରଣା, ଦେବାସନ ମାଝୀ, ବବିତା ପ୍ରଧାନ,ସୈଲେନ୍ଦ୍ରୀ ମାଝୀ,ଟିକେଶ୍ବରୀ ବିଶ୍ବାଳ, ରୂପାଲି ସାହୁ, ମଣ୍ଟୁ ସାହୁ, ସୁରେନ୍ଦ୍ର ମାଝୀ, ରାଏମତୀ କାରେ, ସୋନି ସେଠ ପ୍ରମୁଖ ସହଯୋଗ କରିଥିଲେ। ଶେଷରେ ଅଧ୍ୟକ୍ଷ ଗଙ୍ଗାଧର ରଣା ଧନ୍ୟବାଦ ଦେଇଥିଲେ।

error: Content is protected !!