Saturday, April 19, 2025
spot_imgspot_imgspot_img
Homeରାଜନୀତିମାଣ୍ଡିଆଢିପାରେ ପଞ୍ଚାୟତ ସ୍ତରୀୟ କର୍ମୀ ସମ୍ମିଳନୀ : ଯୋଡି ଶଙ୍ଖରେ ଭୋଟ ଦେବାପାଇଁ ଆହ୍ଵାନ।

ମାଣ୍ଡିଆଢିପାରେ ପଞ୍ଚାୟତ ସ୍ତରୀୟ କର୍ମୀ ସମ୍ମିଳନୀ : ଯୋଡି ଶଙ୍ଖରେ ଭୋଟ ଦେବାପାଇଁ ଆହ୍ଵାନ।

ପଦ୍ମପୁର – ମାଣ୍ଡିଆଢିପାରେ ପଞ୍ଚାୟତ ସ୍ତରୀୟ କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି l ଯୁବନେତା ଭୋଜରାଜ ସିଂ ବରିହାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ପାଇକମାଲ ବ୍ଲକ ଅଧ୍ୟକ୍ଷା ଭାବନା ସିଂ, ବରିଷ୍ଠ ବିଜେଡି ନେତା ରାଜେନ୍ଦ୍ର ରାଉତ,ବ୍ଳକ୍ ଯୁବ ସଭାପତି ଗୌତମ ସିଂ, ଉପସଭାପତି ଭୋଜରାଜ ଭୋଇ ବାମଦେବ ସାହୁ, ସରପଞ୍ଚ ପ୍ରତିନିଧି ରାଜୀବ ସାହୁ ଯୋଗଦେଇ ନିଜ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ l ଆଗାମୀ ନିର୍ବାଚନରେ କିପରି ଦଳ ପୂର୍ବ ଅପେକ୍ଷା ଅଧିକ ଭୋଟ ରେ ଜୟଯୁକ୍ତ ହେବ, ତା ଉପରେ ଆଲୋଚନା ହୋଇଥିଲା l ଉପସ୍ଥିତ ସମସ୍ତ କର୍ମୀ ବିଧାୟକ ପ୍ରାର୍ଥୀନୀ ବର୍ଷା ସିଂ ବରିହା ଓ ଲୋକସଭା ପ୍ରାର୍ଥୀନୀ ପରିଣିତା ମିଶ୍ର ଙ୍କୁ ଅଧିକ ରୁ ଅଧିକ ଭୋଟ ରେ ଜିତାଇବାକୁ ସଂକଳ୍ପ ନେଇ ଥିଲେ l ଏହି କାର୍ଯ୍ୟକ୍ରମ ରେ ସମସ୍ତ ୱାର୍ଡ଼ ମେମ୍ବର ଓ ଦଳୀୟ କର୍ମୀ ଉପସ୍ଥିତ ଥିଲେ l

error: Content is protected !!