ବୁଗୁଡ଼ା(ସୋରେନ କୁମାର ପ୍ରଧାନ)-ସ୍ୱାମୀ ବିବେକାନନ୍ଦ ଙ୍କ ଜନ୍ମ ଜୟନ୍ତୀ ଅବସରରେ ସ୍ଥାନୀୟ ମାଣିତରା ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ଯୁବ ରେଡ କ୍ରସ ଓ ରେଡ ରିବନ କ୍ଲବ ର ସ୍ବେଛାସେବୀ ମାନଙ୍କୁ ନେଇ ଜାତୀୟ ଯୁବ ଦିବସ ପାଳିତ ହୋଇଯାଇଛି l ଯୁବ ରେଡ କ୍ରସ ପରାମର୍ଶଦାତା ଶ୍ରୀ ଦିଲ୍ଲୀପ କୁମାର ଆଚାର୍ଯ୍ୟ ଙ୍କ ଦିଗଦର୍ଶନ କ୍ରମେ ଏହି ଦିବସ ର ଉଦ୍ଦେଶ୍ୟ ମହତ୍ୱ ତଥା ସ୍ବେଛାସେବୀ ମାନଙ୍କର ଭୂମିକା ସମ୍ପର୍କ ରେ ଆଲୋଚନା କରାଯାଇଥିଲା l ବ୍ରହ୍ମଚର୍ଯ୍ୟ ପାଳନ କରି ବିଦ୍ୟର୍ଥୀ ମାନେ ସହଜ ରେ ସଫଳ ହୋଇପାରିବେ l ଜୀବନ ଜୀଇଁବା ର ଭିତ୍ତିଭୂମି କୁ ସୁଦୃଢ କରିପାରିଲେ ନିଜର ତଥା ବିଶ୍ୱ ର କଲ୍ୟାଣ ହେବ l ଭାରତୀୟ ସଂସ୍କୃତି ପରମ୍ପରା ତଥା ଜ୍ଞାନ ର ପ୍ରଚାର ପ୍ରସାର ଯୁବ ପିଢ଼ି ଙ୍କ ହାତରେ l
ତେଣୁ ଏବଠୁ ହିଁ ଜଣେ ଜଣେ ଜାଗ୍ରତ ପ୍ରହରୀ ଭାବେ ନିଜ ନିଜ କୁ ପ୍ରସ୍ତୁତ କରିବାକୁ ଆହ୍ୱାନ ଦିଆଯାଇଥିଲା l ସ୍ୱାସ୍ଥ୍ୟ ସେବା ଓ ବନ୍ଧୁତା ର ଦ୍ୱାହି ଦେଇ ଏଚ. ଆଇ ଭି / ଏଡ଼ସ ମୁକ୍ତ ରାଜ୍ୟ ଗଠନ ଦିଗରେ ଯୁବ ପିଢ଼ି ସଚେତନ ହବା ପାଇଁ ଆହ୍ୱାନ ଦିଆଯାଇଥିଲା l ଏହି ଦିବସ ପାଳନ ଅବସରରେ ଅନୁଷ୍ଠାନ ର ଅଧ୍ୟକ୍ଷ ଶ୍ରୀ ଅନୁପ କୁମାର ପଣ୍ଡା ସଭାପତିତ୍ୱ କରିଥିଲେ l ଆଇ ଆର ପି ଏମ ଅଧ୍ୟାପକ ସନ୍ତୋଷ କୁମାର ଗୌଡ଼, ଇଂରାଜୀ ଅଧ୍ୟାପକ ଶ୍ରୀ ସୁରେଶ କାନ୍ତ ଜେନା, ଏଜୁକେଶନ ଡେମୋନଷ୍ଟ୍ରେଟର ଶ୍ରୀମତୀ ସଂଯୁକ୍ତା ପାତ୍ର ସ୍ବେଛାସେବୀ ମାନଙ୍କୁ ସ୍ୱାମୀ ବିବେକାନନ୍ଦ ଙ୍କ ଜୀବନୀ ଓ ନୀତି ବାଣୀ ର ଆଦର୍ଶ ରେ ଅନୁପ୍ରାଣିତ ହେବା ପାଇଁ ଆଶୀର୍ବଚନ ପ୍ରଦାନ କରିଥିଲେ lଏହି କାର୍ଯ୍ୟକ୍ରମ କୁ ସଫଳ କରିବା ଦିଗରେ ସ୍ବେଛାସେବୀ ଦୀପିକା ଗୌଡ଼,ଶୁଭସ୍ମିତା ଗୌଡ଼, ସୁସ୍ମିତା ଗୌଡ଼ ସହଯୋଗ କରିଥିଲେ l ସର୍ବୋପରି ଅନୁଷ୍ଠାନ ର ସମସ୍ତ କର୍ମଚାରୀ ଙ୍କ ସହଯୋଗ ରେ ଏହି ଆଲୋଚନା ଚକ୍ର ସଫଳ ହୋଇଥିଲା l