Saturday, March 7, 2026
Homeରାଜ୍ୟମାଗଣା ଚକ୍ଷୁ ପରୀକ୍ଷା ଶିବିର ।

ମାଗଣା ଚକ୍ଷୁ ପରୀକ୍ଷା ଶିବିର ।

ପଦ୍ମପୁର-ସ୍ଥାନୀୟ ସିଦ୍ଧି ବିନାୟକ କଲ୍ଯାଣ ମଣ୍ଡପ ଠାରେ “ସହଯୋଗ” ଓ ମହାନଦୀ ନେତ୍ର ଚିକିତ୍ସାଳୟ ଆନୁକୂଲ୍ଯରେ ଏକ ମାଗଣା ଚକ୍ଷୁ ପରୀକ୍ଷା ଶିବିର ଅନୁ୍ଷ୍ଠିତ ହୋଇଯାଇଛି। ଏହି ଶିବିର କୁ ପଦ୍ମପୁର ଉପଖଣ୍ଡ ଚିକିତ୍ସାଧିକାରୀ ଡଃ ଆଶୁତୋଷ ହୋତା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦ୍ଘାଟନ କରିଥିଲେ। ଆଖ ପାଖ ଅଞ୍ଚଳରୁ ଆସିଥିବା ୯୩ ଜଣଙ୍କ ପରୀକ୍ଷା କରାଯାଇଥିଲା।

ସେମାନଙ୍କ ମଧ୍ୟରୁ ୨୫ ଜଣ ଚିହ୍ନଟ ହୋଇ ଥିବା ବେଳେ ୧୬ ଜଣଙ୍କୁ ଅସ୍ତ୍ରୋପଚାର ପାଇଁ ବୀରମହାରାଜପୁର ସ୍ଥିତ ମୁଖ୍ୟ ଚିକିତ୍ସାଳୟ କୁ ପଠାଯାଇଛି। ଏହି କାର୍ଯ୍ୟକ୍ରମ ରେ ଡଃ ପ୍ରଶାନ୍ତ ଦାଶ ଏବଂ ଟିମ୍ ପରିଚାଳନା କରିଥିବା ବେଳେ ସହଯୋଗ ଅନୁଷ୍ଠାନର ସମସ୍ତ ସଦସ୍ଯ ସହଯୋଗ କରିଥିଲେ।

error: Content is protected !!