ନୂଆପଡ଼ା(ଡୋଲେଶ୍ୱର ବାଗ) – ଜିଲ୍ଲାର ଚର୍ଚ୍ଚିତ ମାଓ ପ୍ରବଣ ଅଞ୍ଚଳ ସୁନାବେଡା ଅଭୟାରଣ୍ୟରେ ବୁଥ ନଂ ୨୭୩ ଜାମ ଗାଁ ଓ ବୁଥ ନଂ ୨୭୪ ଦେଓ ଶିଳ ଗ୍ରାମରେ ଶାନ୍ତି ଶୃଙ୍ଖଳାର ସହିତ ମତଦାନ ଗ୍ରହଣ ଶେଷ ହୋଇଛି । ମତଦାନ ସରିବା ପରେ ନିର୍ବାଚନ ଅଧିକାରୀମାନଙ୍କୁ ହେଲିକପ୍ଟର ଯୋଗେ ଜିଲ୍ଲା ପାଳଙ୍କ କାର୍ଯ୍ୟାଳୟକୁ ନିଆଯାଇଛି । ବୋଡ଼େନ ବ୍ଲକର ପାଟଦର୍ହା ,କାଠଫାର,ସିନାପାଲି ବ୍ଲକର ନଙ୍ଗଲ୍ ବୋର୍ଡ ଅଞ୍ଚଳଟି ସୁନାବେଡା ଜଙ୍ଗଲ ସହିତ ମିଶି ରହିଛି ।ଏହି ଅଞ୍ଚଳ ଗୁଡିକ ମାଓ ପ୍ରବଣ ଅଞ୍ଚଳ ହିସାବରେ ପରିଗଣିତ ଥିବାବେଳେ ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଜିଲ୍ଲାପାଳଙ୍କ ଯୋଜନାନୁଯାୟୀ ସୁନ୍ଦର ସୁରକ୍ଷା ବ୍ୟବସ୍ଥା ଅନୁସାରେ ଶାନ୍ତି ଶୃଙ୍ଖଳାର ସହ ନିର୍ବାଚନ ଶେଷ ହୋଇଛି । ଅନ୍ୟ ବୁଥ ମାନଙ୍କରେ ମଧ୍ୟ ଶୃଙ୍ଖଳାର ସହ ମତଦାନ ଚାଲିଥିବା ସୂଚନା ମିଳିଛି ।ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ କଡ଼ା ସୁରକ୍ଷା ବ୍ୟବସ୍ଥା ଶାନ୍ତି ଶୃଙ୍ଖଳାର ସହିତ ମତଦାନ ଗ୍ରହଣରେ ସହାୟକ ହୋଇପାରିଛି । ସନ୍ଧ୍ୟା ୫ଟା ସୁଦ୍ଧା ନୂଆପଡ଼ା ନିର୍ବାଚନ ମଣ୍ଡଳୀରେ ୬୬.୨୨ ଶତକଡା ମତଦାନ ହୋଇଥିବାବେଳେ ଖରୀଆର ନିର୍ବାଚନ ମଣ୍ଡଳୀରେ ୬୬.୪୮ ଶତକଡା ମତଦାନ ହୋଇଥବା ସୂଚନା ମିଳିଛି ।