
ବରପାଲି-ବରପାଲି ବ୍ଳକ ମହଦା ମାଁ ଉମା ମାହେଶ୍ବରୀ କ୍ରିକେଟ ପ୍ରତିଯୋଗିତା ଉଦଘାଟିତ ହୋଇଯାଇଛି। ମହଦା ହାଇସ୍କୁଲ ଖେଳ ପଡିଆ ପରିସରରେ ପ୍ରତିଯୋଗିତା ଆୟୋଜନ କରାଯାଇଛି। ଉଦଘାଟନୀ ମ୍ଯାଚ ଖେମେଶରା ଓ ବର୍ଲାବାହାଲ ଦଳ ମଧ୍ୟରେ ହୋଇଥିଲା। ମହଦା କ୍ରିକେଟ ସଂଘ ଆନୁକୁଲ୍ୟରେ କାର୍ଯ୍ଯକ୍ରମ ପରିଚାଳିତ ହୋଇଥିବା ବେଳେ ମୁଖ୍ୟଅତିଥି ଭାବେ ପଞ୍ଚାୟତ ସମିତି ସଭ୍ଯ ତଥା ଓମଫେଡ ସମବାୟ ବୋଡ ନିର୍ଦେଶକ ନାରାୟଣ ପ୍ରଧାନ ଯୋଗ ଦେଇ କାର୍ଯ୍ଯକ୍ରମକୁ ଉଦଘାଟନ କରିଥିଲେ।

ଅତିଥି ମାନେ ଖେଳାଳୀ ଓ ଆୟୋଜକ ମାନଙ୍କୁ ପ୍ରୋତ୍ସାହିତ କରିଥିଲେ। କ୍ରିକେଟ ସଂଘ ସଭାପତି ସମ୍ବିତ ସାହୁଙ୍କ ସଭାପତିତ୍ବରେ କାର୍ଯ୍ଯକ୍ରମ ପରିଚାଳିତ ହୋଇଥିଲା। ସମ୍ପାଦକ ସୁବ୍ରତ ଦାଶଙ୍କ ଦ୍ବାରା ସଂଯୋଜନା ଓ ଧନ୍ୟବାଦ ଅର୍ପଣ ପର୍ବ ସମ୍ପର୍ଣ୍ଣ ହୋଇଥିଲା। ପରିଚାଳନାରେ କ୍ରିକେଟ ସଂଘର ସମସ୍ତ ସଭ୍ୟ ସହାୟତା କରିଥିଲେ । ଚତୃଦିବସିୟ ଭାବରେ ପ୍ରତିଯୋଗିତାଟି ପରିଚାଳିତ ହେବ ବୋଲି କର୍ମକର୍ତ୍ତା ମାନେ ଜଣାଇଥିଲେ।



