Sunday, November 24, 2024
spot_imgspot_imgspot_img
Homeକଳା ସାହିତ୍ୟ ସଂସ୍କୃତିମାଁସମଲେଶ୍ବରୀ ଓ ଦୁର୍ଗାଦେବୀଙ୍କ ଧବଳମୁଖୀ ଗଙ୍ଗାଦର୍ଶନ ।

ମାଁସମଲେଶ୍ବରୀ ଓ ଦୁର୍ଗାଦେବୀଙ୍କ ଧବଳମୁଖୀ ଗଙ୍ଗାଦର୍ଶନ ।

ବରପାଲି-ବରପାଲି ଅଞ୍ଚଳର ଦେବୀ ମନ୍ଦିର ମାନଙ୍କରେ ଆଶ୍ବିନ ଅମାବାସ୍ଯା ମଧ୍ଯରାତ୍ରରୁ ଦେବୀ ମାନଙ୍କ ଧବଳମୂଖି ଗଙ୍ଗାଦର୍ଶନ ପର୍ବ ପାଳିତ ହୋଇଯାଇଛି। ଇଷ୍ଟଦେବୀ ମାଁସମଲେଶ୍ୱରୀ ଓ ଆରାଧ୍ଯ ଦେବୀ ମାଁବରଦା ଦୁର୍ଗାଙ୍କ ଧବଳମୁଖୀ ରୂପରେ ଭକ୍ତମାନଙ୍କ ମନୋକାମନା ପୂରଣ କରିଛନ୍ତି । ପ୍ରତିବର୍ଷ ସାରଦିୟ ଆଶ୍ୱିନ ଅମାବାସ୍ୟା ମହାଳୟା ତିଥିରେ ବିଳମ୍ବିତ ରାତ୍ର ସମୟରେ ମାଁଙ୍କ ଦୁର୍ଲଭ ରୂପ ଧବଳମୂଖି ବେଶ ଦେଖିବା ପାଇଁ ଭକ୍ତଙ୍କ ପ୍ରବଳ ଭିଡ ଲାଗିଥିଲା। ବୁଧବାର ଦିନ ତମାମ ଦେବୀ ମନ୍ଦିର ମାନ ଚଳଚଞ୍ଚଳ ରହିଥିଲା। ପୁର୍ବ ପରମ୍ପରା ଅନୁଯାୟୀ ମାଁଙ୍କ ଧବଳମୁଖ ରୂପ ଦର୍ଶନ କେବଳ ବର୍ଷକ ଥରେ ଆସିଥାଏ।

ଏହି ବିଳମ୍ବିତ ରାତ୍ର ସମୟ ଅପେକ୍ଷାରେ ରହିଥିବା ଭକ୍ତ ଅଧୁଆ ମୁହଁରେ ଦର୍ଶନ କଲେ ମାତା ଗଙ୍ଗାଙ୍କ ସାକ୍ଷାତ ଦର୍ଶନ ମିଳିଥାଏ ଏବଂ ବିଗତ ଦିନର ସମସ୍ତ ପାପତାପର ପରିସମାପ୍ତି ଘଟିଥାଏ ବୋଲି ଭକ୍ତଙ୍କ ତୁଣ୍ତରୁ ଶୁଣିବାକୁ ମିଳିଥାଏ। ମନ୍ଦିର କମିଟି ପକ୍ଷରୁ ରୀତିନୀତି ଅନୁସାରେ ପୂଜାର୍ଚ୍ଚନା କରାଯିବା ସହ ବିଳମ୍ବିତ ରାତ୍ର ସମୟରେ ପୂଜକ ମଣ୍ତଳିଙ୍କ ସହାୟତାରେ ମୂଖ୍ଯଦ୍ୱାର ଦର୍ଶନାର୍ଥେ ଖୋଲାଯାଇଥିଲା। ଗତ ମଧ୍ଯରାତ୍ରରୁ ଆଜି ଦିନ ତମାମ ହଜାରହଜାର ଭକ୍ତ ଭକ୍ତି ଭାବ ନେଇ ମାଁଙ୍କ ଦୁଲ୍ଲଭରୂପ ଦର୍ଶନ ଲଭିଥିଲେ। ସମଲେଶ୍ବରୀ ମାଁଙ୍କ ପୂଜନକାର୍ଯ୍ୟ ମୁଖ୍ୟ ପୂଝାରୀ ଅନନ୍ତ ରାୟ,ବିଦ୍ୟା ରାୟ, ରାଜୁ ରାଏ ପୂଜାକାର୍ଯ୍ୟ ସମ୍ପାଦନ କରିଥିଲେ ।

ଆସନ୍ତା ଗୁରୁବାର ମାଁଙ୍କ ନବ ଦିନାତ୍ମକ ପୂଜାରମ୍ଭ ସୂଭାରମ୍ଭ ହେବା ସହିତ ସଙ୍କଳ୍ପ ପ୍ରଦିପ ସ୍ଥାପନ, ନବରାତ୍ର ପୂଜନ ବିଧି,ଚଣ୍ଡୀ ପାଠ ସହ ବିଭିନ୍ନ ରୂପରେ ପୂଜାକାର୍ଯ୍ଯର ସୂଭାରମ୍ଭ ହେବ । ଏହି ଅବସରରେ ମାନଶିକଧାରୀ ଓ ଦେବୀଭକ୍ତ ମଣ୍ତଳିଙ୍କ ଅଖଣ୍ଡ ଦୀପ ପ୍ରଜ୍ବଳନ ଓ ସ୍ଥାପନ କରାଯିବ ।ଏହି ଅବସରରେ ରାତ୍ରରେ ବିଭିନ୍ନ ମନ୍ଦିର ସମ୍ମୁଖରେ ଭିନ୍ନଭିନ୍ନ ଶୈଳିର ସାଂସ୍କୃତିକ କାର୍ଯ୍ୟକ୍ରମ ମାନ ପରିବେଷଣ କରାଯାଇଥିଲା। ସୁରକ୍ଷା ବ୍ୟବସ୍ଥାକୁ ଦୃଷ୍ଟିରେ ରଖି ପୋଲିସ ବାହିନୀ ସହ ସ୍ବେଚ୍ଛାସେବୀ ମାନେ ଶାନ୍ତି ଶୃଖଂଳାକୁ ଗୁରୁତ୍ବ ଦେଇଥିଲେ।ସେହିପରି ମାଁବରଦା ଦୁର୍ଗା ମନ୍ଦିରରେ ମା’ଙ୍କ ଧବଳମୁଖୀ ବେଶ ଦର୍ଶନାର୍ଥେ ପରିଚାଳନା କମିଟି ଓ ପୂଜକ ମାନେ ମଧ୍ଯ ବ୍ଯବସ୍ଥା କରିଥିଲେ। ପୂଜକ ସୁବଳ ମିଶ୍ର,ଗୋପାଳ ମିଶ୍ର,ତିଳକ ମିଶ୍ର ପ୍ରମୁଖ ପୂଜନ କାର୍ଯ୍ୟକ୍ରମ ନିତିକାନ୍ତି ଅନୁସାରେ ସମ୍ପାଦନ କରିଥିଲେ ।

error: Content is protected !!