ଭେଡେନ(ଭବାନୀ ଶଙ୍କର ପାଢୀ)-ବରଗଡ଼ ଜିଲ୍ଲା ଭେଡେନ ଥାନା ଅନ୍ତର୍ଗତ ମହୁଲପାଲି ସରସ୍ବତୀ ଶିଶୁ ବିଦ୍ଯା ମନ୍ଦିର ଠାରେ ପ୍ରଧାନ ଆଚାର୍ଯ୍ୟଙ୍କ ଅଧ୍ୟକ୍ଷତାରେ”ଚତୁର୍ଦ୍ଦଶ ବାର୍ଷିକ ଉତ୍ସବ”ପାଳିତ ହୋଇଯାଇଅଛି। ଏହି ଅବସରରେ ମୁଖ୍ୟ ଅତିଥି ଭାବରେ ଅତାବିରା ବିଧାୟକ ମାନନୀୟ ଶ୍ରୀଯୁକ୍ତ ନିହାର ରଞ୍ଜନ ମହାନନ୍ଦ ଯୋଗଦେଇ ଦୀପ ପ୍ରଜ୍ବଳନ ପୂର୍ବକ ସମସ୍ତଙ୍କ ଶୁଭ କାମନା କରି ଶିଶୁମାନଙ୍କୁ ମାର୍ଗ ଦର୍ଶନ ତଥା ବିଦ୍ୟାଳୟର ଉତ୍ତରୋତ୍ତର ଉନ୍ନତି କାମନା କରିଥିଲେ। ମୁଖ୍ୟ ବକ୍ତା ଭାବରେ ଲରମ୍ଭା ମହାବିଦ୍ୟାଳୟ ଓଡ଼ିଆ ଅଧ୍ୟାପକ ଡ.ଅଜିତ କୁମାର ନାଥ ଯୋଗଦାନ କରି ଶିଶୁ ମାନଙ୍କୁ ଉତ୍ତମ ନାଗରିକ ହେବା ପାଇଁ ମାର୍ଗଦର୍ଶନ ଦେଇଥିଲେ।
ପରିଚାଳନା ସମିତିର ସଂପାଦକ ମାନନୀୟ ଶ୍ରୀଯୁକ୍ତ ଲକ୍ଷ୍ମୀନାରାୟଣ କର ଅତିଥି ପରିଚୟ ପ୍ରଦାନ କରିଥିଲେ। ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ଶ୍ରୀଯୁକ୍ତ ଅଶୋକ କୁମାର ଧର ବାର୍ଷିକ ବିବରଣୀ ପଠନ କରିଥିଲେ।ବିଭିନ୍ନ କ୍ଷେତ୍ରରେ କୃତିତ୍ବ ଅର୍ଜନ କରିଥିବା ଶିଶୁ ଭାଇ ଭଉଣୀମାନଙ୍କୁ ଅତିଥି ଅଧିକାରୀ ମାନେ ପୁରସ୍କାର ଓ ମାନପତ୍ର ପ୍ରଦାନ କରିଥିଲେ।ପରିଶେଷରେ ପୂର୍ବତନ ସଂପାଦକ ଶ୍ରୀଯୁକ୍ତ ଜୟକୃଷ୍ଣ ପଧାନ ଧନ୍ୟବାଦ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମକୁ ବିଦ୍ୟାଳୟର ସମସ୍ତ ଗୁରୁମା, ଗୁରୁଜୀ,ସେବକ ,ସେବିକା ,ପରିଚାଳନା ସମିତିର ସଦସ୍ୟ ,ସଦସ୍ୟା ସାହାଯ୍ୟ ଓ ସହଯୋଗ କରିଥିଲେ।ଶିଶୁ ଭାଇ ଭଉଣୀ ମାନଙ୍କ ଦ୍ବାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା।