Saturday, March 7, 2026
Homeକଳା ସାହିତ୍ୟ ସଂସ୍କୃତିମହୁଲପାଲି ଠାରେ ବିଶ୍ୱ ଧ୍ୟାନ ଦିବସ ପାଳିତ ।

ମହୁଲପାଲି ଠାରେ ବିଶ୍ୱ ଧ୍ୟାନ ଦିବସ ପାଳିତ ।

ପଦ୍ମପୁର – ମହୁଲପାଲି ସ୍ଥିତ ଶିବ ମନ୍ଦିର ଠାରେ ବିଶ୍ୱ ଧ୍ୟାନ ଦିବସ ପାଳିତ ହୋଇଯାଇଛି । ଭାରରତୀୟ ସଂସ୍କୃତି ପରମ୍ପରାରେ କେଉଁ ଅନାଦି କାଳରୁ ମନକୁ ଶାନ୍ତ ରଖିବା ସହ ଏକାଗ୍ରତା ବୃଦ୍ଧି କରିବାରେ ବିଶେଷ ସହାୟକ ହୋଇଥାଏ ଧ୍ୟାନ । ସର୍ବ ପ୍ରଥମେ ଦୀପ ପ୍ରଜ୍ଜ୍ବଲନ କରାଯାଇ ଘଣ୍ଟ, ଶଙ୍ଖ ଓ ବ୍ରାହ୍ମଣ ମାନଙ୍କ ଦ୍ୱାରା ବୈଦିକ ମନ୍ତ୍ରପାଠ କରାଯାଇଥିଲା । ବଲାଙ୍ଗୀରରୁ ଯୋଗାଚାର୍ଯ ଶରତ ଚନ୍ଦ୍ର ଶତପଥୀ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଧ୍ୟାନର ଗୁରୁତ୍ଵ ଓ ଅଭ୍ୟାସ ସହ ଏକ ସୁସ୍ଥ ଓ ସୁନ୍ଦର ଜୀବନଯାପନ ଦିଗରେ ଅଗ୍ରସର ହେବାପାଇଁ ପ୍ରେରଣା ବାର୍ତ୍ତା ଦେଇଥିଲେ । ଦିବ୍ୟଜ୍ୟୋତି ନୃସିଂହ ପଞ୍ଜିକାର ଗଣନାକାର ପଣ୍ଡିତ ଶ୍ରୀ ଆଶୁତୋଷ ପାଣିଗ୍ରାହୀ ଜ୍ୟୋତିଷ ପ୍ରବୀଣ ମୁଖ୍ୟ ବକ୍ତା ଭାବରେ ଯୋଗ ଦେଇ କହିଥିଲେ ଧ୍ୟାନ ହେଉଛି ଭାରତର ପ୍ରାଚୀନ ସଂସ୍କୃତିର ଏକ ଅମୂଲ୍ୟ ରହସ୍ୟ,ଏହା ସ୍ବାସ୍ଥ୍ୟ ଓ ସମୃଦ୍ଧି ପାଇଁ ଏକ ସିଦ୍ଧ ଉପଚାର ।

ଧ୍ୟାନ ଉପରେ ଯୁବ ପିଢ଼ି ମନସ୍ଥ ହେଲେ ସାଂପ୍ରତିକ ସମାଜର ପରିବର୍ତତନ ସମ୍ଭବ । ଏହି ଅବସରରେ ହିମାଂଶୁ ଦାଶ, ସବ୍ୟସାଚୀ ପାଣିଗ୍ରାହୀ, ଆନନ୍ଦ ମିଶ୍ର, ଅନିଲ ପଣ୍ଡା, ବାବୁଲ ପଣ୍ଡା, ଦୀପକ ଭୋଇ, ଭବାନୀ ଶଙ୍କର ମହାପାତ୍ର, ଦୁଷ୍ମନ୍ତ ସାହୁ, ମଣ୍ଟୁ ଦାସ,ପୂର୍ଣ୍ଣ ମେହେର,ଅନାଦି ସାହୁ,ଜନକ ସାହୁ, ଜଗବନ୍ଧୁ ବଡଗୁଛିଆ,ମନ ବାଗ,ପ୍ରଶାନ୍ତ ସାହୁ,ପଞ୍ଚମ ସାହୁ,ଅକ୍ଷୟ ଦାଶ, ପ୍ରଦୀପ ସାହୁ, ନାରାୟଣ ପଣ୍ଡା, ସନ୍ତୋଷ କୁମାର ପଣ୍ଡା, ବାବୁଲାଲ ସାହୁ ଓ ମହୁଲପାଲି ଗ୍ରାମର ମାତୃ ମଣ୍ଡଲି ଉପସ୍ଥିତ ରହି କାର୍ଯ୍ୟକ୍ରମରେ ଯୋଗଦାନ କରିଥିଲେ । ପରିଶେଷରେ ଅଶୋକ ପାଣିଗ୍ରାହୀ ଧନ୍ୟବାଦ ଅର୍ପଣ କରିଥିଲେ ।

error: Content is protected !!