Sunday, April 20, 2025
spot_imgspot_imgspot_img
Homeରାଜ୍ୟମହୁଲପାଲିରେ ଚାଲିଥିବା ଭାଗବତ କଥାମୃତର ସମାପନ ।

ମହୁଲପାଲିରେ ଚାଲିଥିବା ଭାଗବତ କଥାମୃତର ସମାପନ ।

ପାଇକମାଲ-ପାଇକମାଲ ବ୍ଲକ ଅନ୍ତର୍ଗତ ମହୁଲପାଲି ଗ୍ରାମରେ ଗତ ସାତ ଦିନ ଧରି ଚାଲିଥିବା ଭାଗବତ କଥାମୃତର ଆଜି ପୂର୍ଣ୍ଣାହୁତି ପଡିଛି । ସାତଦିନ ଧରି ମୁଖ୍ୟ ପ୍ରବକ୍ତା ପ୍ରଦୀପ ଶାସ୍ତ୍ରୀଜି ଭାଗବତ ପ୍ରେମୀଙ୍କୁ ଶ୍ରୀମଦ ଭାଗବତ ତତ୍ତ୍ୱ ମାଧ୍ୟମରେ ଅନେକ ଶିକ୍ଷା ପ୍ରଦାନ କରିଥିଲେ । ଆଜି ଧର୍ମସଭାର ଆଯୋଜନ ହୋଇଥିଲା । ଉକ୍ତ ସଭାରେ ଅତିଥି ଭାବେ ଗୋବର୍ଦ୍ଧନ ଭୋଇ, ସୁରେଶ ରାମଚନ୍ଦାନୀ, ଜିଲ୍ଲା ପରିଷଦ ସୁରେନ୍ଦ୍ର ପ୍ରତାପ ସିଂ ବରିହା, ଓଡିଶା ପ୍ରାନ୍ତ ବିଶ୍ୱହିନ୍ଦୁ ପରିଷଦର ସଂଗଠନ ମନ୍ତ୍ରୀ ଶରତ ପ୍ରଧାନ, ଲଖମରା ମଣ୍ଡଳ ସଭାପତି ଟୁନା ଡନସନା, ବୁକୁରାମୁଣ୍ଡା ସମିତି ସଭ୍ଯା ସୁସ୍ମିତା ବାରିକ, ଭୀଷ୍ମଦେବ ସାହୁ, ପ୍ରକାଶ ମେହେର ପ୍ରମୁଖ ଉପସ୍ଥିତ ଥିଲେ ।

ସଭା ପରିଚାଳନା କୃଷକ ନେତା ଲିଙ୍ଗରାଜ ପ୍ରଧାନ କରିଥିଲେ । ଉକ୍ତ ମହୋତ୍ସବରେ ସାତ ଦିନରେ ସପତ୍ନିକ ସାତ ଯୋଡି କର୍ତ୍ତା ପୂଜା ରେ ବସିଥିଲେ । ପ୍ରଥମ ଦିନରେ ଦେବାର୍ଚ୍ଚନ ଡୁଡୁକା ଏବଂ ତାଙ୍କ ଧର୍ମପତ୍ନୀ ସସ୍ମିତା ଡୁଡୁକା, ଦିତୀୟ ଦିବସରେ ଟେମରୀ ସରପଞ୍ଚ ଦିଲ୍ଲିପ କୁମାର ବେହେରା ଏବଂ ତାଙ୍କ ଧର୍ମପତ୍ନୀ ସଙ୍ଗୀତା, ତୃତୀୟ ଦିବସରେ ବୁକୁରାମୁଣ୍ଡାର ପରମାନନ୍ଦ ଭୋଇ ଏବଂ ତାଙ୍କ ଧର୍ମପତ୍ନୀ ସରପଞ୍ଚ ଅନିତା ଭୋଇ, ଚତୁର୍ଥ ଦିବସରେ ସୁବାଷ ଚନ୍ଦ୍ର ସାହୁ ଏବଂ ତାଙ୍କ ଧର୍ମପତ୍ନୀ କୁମାରୀ ସାହୁ, ପଞ୍ଚମ ଦିବସରେ ଖୁର୍ଷାପାଲି ଗ୍ରାମର ମଲିଆ ନାଏକ ଏବଂ ତାଙ୍କ ଧର୍ମପତ୍ନୀ ସାନ ନାଏକ, ଷଷ୍ଠ ଦିବସରେ ବୁକୁରାମୁଣ୍ଡାର ବିନୋଦ ସେଠ

ଏବଂ ତାଙ୍କ ଧର୍ମପତ୍ନୀ ସଙ୍ଗୀତା ସେଠ, ସପ୍ତମ ଦିବସରେ ବୁକୁରାମୁଣ୍ଡାର ଗିରେନ୍ଦ୍ର ବାରିକ ଏବଂ ତାଙ୍କ ଧର୍ମପତ୍ନୀ ସୁସ୍ମିତା ବାରିକ, ଶେଷରେ ମୁଖ୍ୟକର୍ତ୍ତା ବିଜୟ ପ୍ରଧାନ ଓ ତାଙ୍କ ଧର୍ମପତ୍ନୀ ଅନୁଯା ପ୍ରଧାନ ଦ୍ଵାରା ହୋମଯଜ୍ଞ କରାଯାଇ ଆଜି ପୂର୍ଣ୍ଣାହୁତି ପଡିଥିଲା । ଏହି ଉତ୍ସବକୁ ସୁଚାରୁରୂପେ ପରିଚାଳନା ସତସଙ୍ଗ ସମିତି ପକ୍ଷରୁ ସଭାପତି ଭାବେ ଗତିକୃଷ୍ଣ ପ୍ରଧାନ, ସମ୍ପାଦକ ବସନ୍ତ ସାହୁ, କୋଷାଧ୍ଯକ୍ଷ ଶିବଶଙ୍କର ଭୋଇ, ବିଜୟ କୁମାର ପ୍ରଧାନ ଅନ୍ୟମାନଙ୍କ ମଧ୍ୟରେ ମାଧବ ପ୍ରଧାନ, ସନ୍ତୋଷ ପ୍ରଧାନ, ଅଶୋକ କୁମାର ଭୋଇ, କବିରାଜ ସାହୁ, ଦୟାସାଗର ସାହୁ, କ୍ଷୀରୋଦ ଚନ୍ଦ୍ର ଦେବତା,ଟିକେଶ୍ୱରୀ ଦେବତା, ଗୋଲାପ ଫୁଲ ସାହୁ ପ୍ରମୁଖ ସହଯୋଗ କରିଥିଲେ । ଶେଷରେ ସମସ୍ତ ମହିଳା ମାନଙ୍କ ଦ୍ଵାରା ଗାଁ ପରିକ୍ରମା କରି କଳସ ବିସର୍ଜନ କରାଯାଇଥିଲା ।

error: Content is protected !!