Saturday, March 7, 2026
Homeଅଘଟଣମହିଳା ସରପଂଚଙ୍କ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ ।

ମହିଳା ସରପଂଚଙ୍କ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ ।

ପଦ୍ମପୁର – ପଦ୍ମପୁର ଉପଖଣ୍ଡ ଗାଇସିଲେଟ ବ୍ଲକ ତାଲପାଲି ପଂଚାୟତର ସରପଂଚ ଉର୍ମିଳା ସେଠଙ୍କ ବିରୁଦ୍ଧରେ ଅନାସ୍ଥା ପ୍ରସ୍ତାବ ପାଇଁ ନୋଟିସ ହୋଇଥିଲା। ତେବେ ଚଳିତ ମାସ ର ଆସନ୍ତା ୧୨ ତାରିଖ ଦିନ ଅନାସ୍ଥା ପ୍ରସ୍ତାବ ପାଇଁ ଗ୍ରାମପଂଚାୟତ କାର୍ଯ୍ୟାଳୟ ଠାରେ ସଭା ହେବାପାଇଁ ପଦ୍ମପୁର ଉପ-ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ନୋଟିସ ହୋଇଥିବା ବେଳେ, ସରପଂଚ ଉର୍ମିଳା ସେଠ ଦାୟିତ୍ୱ ଗ୍ରହଣ ଦିନ ଠାରୁ ମନ ମୁଖି କାର୍ଯ୍ୟ ସହ ଲକ୍ଷାଧିକ ଟଙ୍କା ଆତ୍ମସାତ ଓ

ତାଙ୍କ ସ୍ୱାମୀ ନିତିଦିନ ମଦ ପିଇ କାର୍ଯ୍ୟାଳୟରେ ସମସ୍ତଙ୍କୁ ଖରାପ ଭାଷାରେ ଗାଳି ଦେଉଥିବା ଅଭିଯୋଗରେ ସଭ୍ୟ ମାନଙ୍କ ଦାବି କ୍ରମେ ପଦ୍ମପୁର ଉପ-ଜିଲ୍ଲାପାଳ ନୋଟିସ ଜାରି କରିଥିଲେ। ତେବେ ସରପଂଚ ତାଙ୍କ ନାଁ ରେ ମିଥ୍ୟା ଅଭିଯୋଗ ହୋଇଥିବା କହି ଏହି ନୋଟିସକୁ କେନ୍ଦ୍ର କରି ଆଜି ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିବା ତାଙ୍କ ପୁଅ ରାହୁଲ ସେଠ ଅଭଯୋଗ କରିଛନ୍ତି। ତାଙ୍କୁ ପଦ୍ମପୁର ଚିକିତ୍ସାଳୟ ଅଣାଯାଇଥିବା ବେଳେ ବର୍ତ୍ତମାନ ପ୍ରାଥମିକ ଚିକିତ୍ସା ପରେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ଠିକ ଥିବା ଡାକ୍ତର ଇପି ପାଣିଗ୍ରାହୀ ସୂଚନା ଦେଇଛନ୍ତି ।

error: Content is protected !!