Sunday, March 8, 2026
Homeକଳା ସାହିତ୍ୟ ସଂସ୍କୃତିମହିଳା ମହାବିଦ୍ୟାଳୟରେ ସଫଳତା ସମ୍ବର୍ଦ୍ଧନା ଉତ୍ସବ ।

ମହିଳା ମହାବିଦ୍ୟାଳୟରେ ସଫଳତା ସମ୍ବର୍ଦ୍ଧନା ଉତ୍ସବ ।

ବରପାଲି-ବରପାଲିଜଗବନ୍ଧୁ ଦାଶ ସ୍ନାତକ ମହିଳା ମହାବିଦ୍ୟାଳୟ ପରିସରରେ ଏକ ସମ୍ବର୍ଦ୍ଧନା ଉତ୍ସବ ଆୟୋଜିତ ହୋଇଯାଇଛି। ଅଧ୍ୟକ୍ଷା ଶ୍ରୀମତୀ ପଦ୍ମିନୀ ଦାଶଙ୍କ ଅଧ୍ୟକ୍ଷତାରେ ସମ୍ବର୍ଦ୍ଧନା ସଭାକାର୍ଯ୍ଯ ପରିଚାଳିତ ହୋଇଥିଲା। ଓଡ଼ିଆ ବିଭାଗ ଅଧ୍ୟାପକ ଯତୀନ୍ଦ୍ର କୁମାର ସାହୁଙ୍କ ସଂଯୋଜନାରେ ସଂଚାଳିତ ସଭାରେ ମୁଖ୍ୟଅତିଥି ଭାବେ ମହାବିଦ୍ୟାଳୟ ପ୍ରତିଷ୍ଠାତା ଅନ୍ତର୍ଯ୍ୟାମୀ ପଣ୍ଡା ଯୋଗ ଦେଇ ଛାତ୍ରୀ ମାନଙ୍କୁ ଶୁଭେଚ୍ଛା ପ୍ରଦାନ କରିବା ସହ ପୁଷ୍ପଗୁଚ୍ଛ ଓ ମିଷ୍ଟାନ୍ନ ବଣ୍ଟନ ମାଧ୍ଯମରେ ପ୍ରୋତ୍ସାହନ ଯୋଗାଇଥିଲେ। ଚଳିତ ବର୍ଷ ସ୍ନାତକ କଳା ଅନ୍ତିମ ବର୍ଷରେ ବିଶ୍ବବିଦ୍ଯାଳୟ ସ୍ତରରେ ସର୍ବାଗ୍ରେ ଛାତ୍ରୀ ମାନଙ୍କ ସଫଳତା ଆଣିଥିବା ଯୋଗୁ ଉତ୍ସବ ଆୟୋଜିତ ହୋଇଥିଲା।

ମହିଳା ମହାବିଦ୍ୟାଳୟର ୮ ଜଣ ଛାତ୍ରୀ ଶ୍ରେଷ୍ଠ ଦଶ ଜଣଙ୍କ ମଧ୍ୟରେ ସ୍ଥାନ ହାସଲ କରିଛନ୍ତି।ଓଡ଼ିଆ ବିଭାଗରେ ଅର୍ଚ୍ଚନା ସାହୁ ୯.୦୮ ସିଜିପିଏ ରଖି ଶ୍ରେଷ୍ଠ ଦଶ ଜଣଙ୍କ ମଧ୍ୟରେ ପ୍ରଥମ ହୋଇଥିବା ବେଳେ ହିନ୍ଦୀ ବିଭାଗରୁ ସୋନାଲି ମେହେର ୮.୯୫ ସିଜିପିଏ ରଖି ତୃତୀୟ,ସିମ୍ପଲି ଶତପଥି ୮.୮୪ ସିଜିପିଏ ଚତୁର୍ଥ ଆଁଚଲ୍ ମହତ୍ତମ ୮.୭୭ ସିଜିପିଏ ସପ୍ତମ ଶ୍ରାବଣୀ ଭୋଇ ୮.୭୪ ସିଜିପିଏ ଅଷ୍ଟମ ରଖିଥିବା ବେଳେ ରାଜନୀତି ବିଜ୍ଞାନ ବିଭାଗରୁ ଲିପସା ବେହେରା ୮.୬୧ ସିଜିପିଏ ଚତୁର୍ଥସ୍ନେହା ବିଶି ୮.୬୦ ସିଜିପିଏ ପଞ୍ଚମପୁଷ୍ପାଞ୍ଜଳି ବନଛୋର ୮.୫୨ ସିଜିପିଏ ନବମ ସ୍ଥାନରେ ଅଛନ୍ତି। ଏହି ଅବସରରେ ମହାବିଦ୍ୟାଳୟ ସମସ୍ତ ଅଧ୍ୟାପକ ଅଧ୍ୟାପିକା ଓ ଛାତ୍ରୀ ମାନେ ସାମିଲ ହୋଇ ଉତ୍ସବର ମଜା ଉଠାଇଥିଲେ।

error: Content is protected !!