Monday, April 21, 2025
spot_imgspot_imgspot_img
Homeକଳା ସାହିତ୍ୟ ସଂସ୍କୃତିମହିଳା ମହାବିଦ୍ୟାଳୟରେ ବିଶ୍ଵ ରକ୍ତ ଶିକୁଳି ଦିବସ ।

ମହିଳା ମହାବିଦ୍ୟାଳୟରେ ବିଶ୍ଵ ରକ୍ତ ଶିକୁଳି ଦିବସ ।

ବରପାଲି-ବରପାଲି ଜଗବନ୍ଧୁ ଦାଶ ସ୍ନାତକ ମହିଳା ମହାବିଦ୍ୟାଳୟ ପରିସରରେ ରକ୍ତଶିକୁଳି ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି। ମହାବିଦ୍ୟାଳୟ ଅଧ୍ୟକ୍ଷା ପଦ୍ମିନୀ ଦାଶଙ୍କ ଅଧ୍ୟକ୍ଷତାରେ କାର୍ଯ୍ଯକ୍ରମ ପରିଚାଳିତ ହୋଇଥିଲା। ଓଡ଼ିଆ ବିଭାଗ ଅଧ୍ୟାପିକା ତଥା ରାଷ୍ଟ୍ରୀୟ ସେବା ଯୋଜନା ଅଫିସର ପିଙ୍କି ବାରିକଙ୍କ ପରିଚାଳନା ସଭାରେ ମୁଖ୍ୟ ଆଲୋଚକ ଭାବେ ବରପାଲି ରାମକୃଷ୍ଣ ନସିଂ ହୋମ ଡାକ୍ତର ସୁବାସ ଚନ୍ଦ୍ର ଦାଶ ଯୋଗ ଦେଇ ରକ୍ତ ଶିକୁଳିର ଲକ୍ଷଣ ତତ୍ ସମ୍ପର୍କିତ ଅନେକ କିଛି ନୂତନ ତଥ୍ୟ ସ୍ବେଚ୍ଛାସେବୀ ମାନଙ୍କୁ ପ୍ରଦାନ କରି ଛାତ୍ରୀ ମାନଙ୍କ ସହ ଦୀର୍ଘ ସମୟଧରି ଆଲୋଚନା କରିଥିଲେ।

ଛାତ୍ରୀ ରାଖି,ଗୀତା ଦୀପ୍ତି ପ୍ରାରମ୍ଭିକ ଓ ସମାପ୍ତି ସଙ୍ଗୀତ ଗାନ କରିଥିଲେ। ହିନ୍ଦୀ ବିଭାଗର ଅଧ୍ୟାପକ ତଥା ରାଷ୍ଟିୟ ସେବା ଯୋଜନା ସହକର୍ମୀ ନେପାଲ ବିଶ୍ଵାଳ ଧନ୍ୟବାଦ ଅର୍ପଣ କରିଥିଲେ। ପରେ ପରେ ସ୍ଵେଚ୍ଛାସେବୀ ମାନେ ମୁଖ୍ୟ ରାସ୍ତାକୁ ଆସି ଲୋକଙ୍କୁ ସଚେତନ କରାଇ ଲୋକଙ୍କୁ ପୁସ୍ତିକା ବଣ୍ଟନ କରିବା ସହ ଲୋକ ମାନଙ୍କ ସହ ଆଲୋଚନା କରିଥିଲେ।ଏ ଅବସରରେ ମହାବିଦ୍ୟାଳୟର ସମସ୍ତ ଅଧ୍ୟାପିକା ନିଳୀମା ନାୟକ,ଜ୍ୟୋତି ସାହୁ, ମନିଷା ଭୋଇ,ପୁନମ ସାହୁ, ଶୋଭାବତୀ ଥପା,ସହକର୍ମୀ ଶଶାଙ୍କ ଶେଖର ପଧାନ, ସାର୍ଥକ ପାଣିଗ୍ରାହୀ,ବିରେନ୍ଦ୍ର ଖଟୁଆ,ତ୍ରିପୁରା ବେହେରା ସାମିଲ ହୋଇଥିଲେ।

error: Content is protected !!