Saturday, March 7, 2026
HomeUncategorizedମହିଳା ମହାବିଦ୍ୟାଳୟରେ ଜାତୀୟ କ୍ରୀଡା ଦିବସ ।

ମହିଳା ମହାବିଦ୍ୟାଳୟରେ ଜାତୀୟ କ୍ରୀଡା ଦିବସ ।

ବରପାଲି : ବରପାଲି ଜଗବନ୍ଧୁ ଦାଶ ସ୍ନାତକ ମହିଳା ମହାବିଦ୍ୟାଳୟ ପରିସରରେ ଜାତୀୟ କ୍ରୀଡା ଦିବସ ପାଳିତ ହୋଇଯାଇଛି। ମହାବିଦ୍ୟାଳୟ ଅଧ୍ୟକ୍ଷା ପଦ୍ମିନୀ ଦାଶଙ୍କ ସଭାପତିତ୍ବରେ କାର୍ଯ୍ଯକ୍ରମ ପରିଚାଳିତ ହୋଇଥିଲା। ଅଧ୍ୟାପକ ଯତୀନ୍ଦ୍ର କୁମାର ସାହୁଙ୍କ ସଂଯୋଜନାରେ ପରିଚାଳିତ ସଭା କାର୍ଯ୍ଯକୁ ମୁଖ୍ୟଅତିଥି ଭାବେ ମହାବିଦ୍ୟାଳୟ ପ୍ରତିଷ୍ଠାତା ଅନ୍ତର୍ଯ୍ୟାମୀ ପଣ୍ଡା ଉଦଘାଟନ କରିଥିଲେ। ମୂଖ୍ଯଅତିଥି ପଣ୍ତା ନିଜ ଅଭିବ୍ୟକ୍ତିରେ ଛାତ୍ରୀ ମାନଙ୍କୁ ଶାରୀରିକ ଗଠନ,ସୁସ୍ବାସ୍ଥ୍ଯ, ମାନଶିକ ସ୍ତରରେ ଦୃଢତା ରଖିବାକୁ ଛାତ୍ରୀ ମାନଙ୍କୁ ପ୍ରବର୍ତ୍ତାଇଥିଲେ। ଅଧ୍ୟାପକ ଲୋକନାଥ ମେହେର ବିଭିନ୍ନ କ୍ରୀଡାର ତତ୍ବ ଏବଂ ଦୃଢ଼ ମନୋବଳ ହେଉଛି କ୍ରୀଡାର ଏକ ପ୍ରମୁଖ ମାଧ୍ୟମ ବୋଲି ଛାତ୍ରୀ ମାନଙ୍କୁ ବୁଝାଇଥିଲେ।

ସେହିପରି ଛାତ୍ରି ମାନଙ୍କୁ ଜାତୀୟ ସ୍ତରରୁ ଅର୍ନ୍ତଜାତୀୟ ସ୍ତରରେ ପହଞ୍ଚି ମହାବିଦ୍ୟାଳୟର ସୁନାମ ଅର୍ଜନ ଦିଗରେ ଆଗ୍ରଗତୀ ନେବାକୁ ଉତ୍ସାହ ପ୍ରଦାନ କରିଥିଲେ। ଅଧ୍ୟାପିକା ପୁନମ୍ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅବସରରେ ମହାବିଦ୍ୟାଳୟ ଅଧ୍ୟାପକ ନେପାଲ ବିଶ୍ବାଲ ଅଧ୍ୟାପିକା ନିଳୀମା ନାୟକ,ପିଙ୍କି ବାରିକ,ଜ୍ୟୋତି ସାହୁ,ମନିଷା ଭୋଇ, ଶୋଭାବତୀ ଥପା, ପରିଣିତା ପଧାନ ସହକର୍ମୀ ଶଶାଙ୍କ ଶେଖର ପଧାନ, ସାର୍ଥକ ପାଣିଗ୍ରାହୀ, ବିରେନ୍ଦ୍ର ଖଟୁଆ, ତ୍ରିପୁରା ବେହେରା ସାମିଲ ହୋଇଥିଲେ ।

error: Content is protected !!