Saturday, March 7, 2026
Homeରାଜ୍ୟମହିଳା ଡ଼ିଗ୍ରୀ ମହାବିଦ୍ୟାଳୟରେ ବନ ମହୋତ୍ସବ ।

ମହିଳା ଡ଼ିଗ୍ରୀ ମହାବିଦ୍ୟାଳୟରେ ବନ ମହୋତ୍ସବ ।

ପଦ୍ମପୁର – ମହିଳା ଡ଼ିଗ୍ରୀ ମହାବିଦ୍ୟାଳୟ,ପଦ୍ମପୁର ପରିସର ମଧ୍ୟରେ ଯୁବରେଡ଼କ୍ରସ ଓ ରେଡ଼ରିବନ କ୍ଲବ ଆନୁକୁଲ୍ୟରେ ବନମହୋତ୍ସବ ପାଳିତ ହୋଇଯାଇଛି । ଅଧ୍ୟକ୍ଷା କଳ୍ପନାରାଣୀ ନାଥଙ୍କ ସଭାପତିତ୍ଵ ଅଭିଭାଷଣରେ ବୃକ୍ଷରୋପଣର ଯଥାର୍ଥତା ବିଷୟରେ କହିଥିଲେ । କାର୍ଯ୍ୟକ୍ରମରେ ବିଶିଷ୍ଟ ପରିବେଶ ପ୍ରେମୀ ପ୍ରକୃତି ବନ୍ଧୁ ମୀନକେତନ ସାହୁ ମୁଖ୍ୟଅତିଥି ଭାବରେ ଯୋଗଦେଇ ପରିବେଶ ଉତ୍ତାପର ଭୟାବହତା ବିଷୟରେ କହି ଏହାର ପ୍ରତିକାର ବିଷୟରେ ସଚେତନ କରିଥିଲେ । ଯେଉଁଟା ଛାତ୍ରୀ, ଅଧ୍ୟାପକ ଓ ଅଧ୍ୟାପିକାଙ୍କ ମନରେ ଗଭୀର ପ୍ରଭାବ ପକାଇଥିଲା ।

ପରିବେଶ ପ୍ରେମୀ ଓମ ପ୍ରକାଶ ଅଗ୍ରୱାଲଙ୍କ ଦ୍ଵାରା ଯୋଗାଇ ଦିଆଯାଇଥିବା ଅଶୋକ, ବଉଳ, ଅଁଳା, ପିଜୁଳି, ଦେବଦାରୁ ଇତ୍ୟାଦି ଚାରାଗୁଡିକୁ ସମସ୍ତେ ଖୁସି ମନରେ ରୋପଣ କରିଥିଲେ । ରେଡ଼କ୍ରସ କାଉନସିଲର ସଂଗୀତା ଗୌନ୍ତିଆ ଏହି କାର୍ଯକ୍ରମକୁ ପରିଚାଳନା କରିଥିଲେ । ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀଙ୍କ ସହାୟତାରେ କାର୍ଯ୍ୟକ୍ରମଟି ସଫଳ ହୋଇଥିଲା । ପରିଶେଷରେ ଅନ୍ୟତମ ରେଡ଼କ୍ରସ କାଉନସିଲର କାଦମ୍ବିନୀ ପାଣିଗ୍ରାହୀ ଧନ୍ୟବାଦ ଅର୍ପଣ କରିଥିଲେ ।

error: Content is protected !!