Saturday, March 7, 2026
Homeକଳା ସାହିତ୍ୟ ସଂସ୍କୃତିମହାଗୌରୀ ରୂପରେ ମାଁଙ୍କ ପୁଜନ ଓ ମହିଳା ମାନଙ୍କ ଭାଇ ଯୁଇନ୍ତିଆ ଓଷା ।

ମହାଗୌରୀ ରୂପରେ ମାଁଙ୍କ ପୁଜନ ଓ ମହିଳା ମାନଙ୍କ ଭାଇ ଯୁଇନ୍ତିଆ ଓଷା ।

ବରପାଲି – ମାଁ ସମଲେଶ୍ୱରୀ ଓ ବରଦା ଦୁର୍ଗାଙ୍କ ମହାଗୌରୀ ରୂପରେ ପୂଜାର୍ଚ୍ଚନା ଓ ମାଁଭଉଣି ମାନଙ୍କ ଭାଇଯୁଇନ୍ତିଆ ଓଷା ସମ୍ପର୍ଣ୍ଣ ହୋଇଯାଇଛି। ମାଁଙ୍କ ମହାସପ୍ତମୀ ପୂଜାର୍ଚ୍ଚନା ଅବସରରେ ପୂଜକ ମାନଙ୍କ ଦ୍ବାରା ନିତିକାନ୍ତି ମାନ ପାଳିତ ହୋଇଥିଲା। ନବଦିନାତ୍ମକ ପୂଜନ ବିଧି ଅନୁଶାରେ ସପ୍ତମ ଶକ୍ତୀ ପୂଜନରେ ଏକ ବିଶେଷ ମହତ୍ବ ରହିଛି।

ମାଁଙ୍କ ଦୁଲ୍ଲଭ ରୂପ ଦର୍ଶନାର୍ଥେ ଭକ୍ତ ମାନଙ୍କ ଅସମ୍ବାଳ ଭିଡ ଦେବୀମନ୍ଦିର ମାନଙ୍କ ପରିସରରେ ଭିଡ ଲାଗିରହିଥିବା ବେଳେ ମହିଳା ଓ ଯୁବତୀ ମାନେ ନିଜ ଭାଇର ଶୁଭକାମନା ମାଧ୍ଯମରେ ଭାଇ ଯୁଇନ୍ତିଆ ଓଷା ନିଷ୍ଠାର ସହିତ ନିତି ପାଳିଥିଲେ। ଦେବୀ ମାଁଙ୍କ ମନ୍ଦିର ତଥା ବିଭିନ୍ନ ପୂଜାମେଢରେ ମାଁଙ୍କ ପରମ୍ପରା ଅନୁସାରେ ପୂଜାର୍ଚ୍ଚନା ମାନ ପାଳିତ ହୋଇଥିଲା।

error: Content is protected !!