Saturday, March 7, 2026
HomeUncategorizedମର୍ମନ୍ତୁଦ ସଡ଼କ ଦୁର୍ଘଟଣା : ୨ ଜଣ ବାଇକ୍ ଆରୋହିଙ୍କ ଘଟଣାକୁ ସ୍ଥଳରେ ମୃତ୍ୟୁ ।

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା : ୨ ଜଣ ବାଇକ୍ ଆରୋହିଙ୍କ ଘଟଣାକୁ ସ୍ଥଳରେ ମୃତ୍ୟୁ ।

ନୂଆପଡା(ଡୋଲେଶ୍ଵର ବାଗ)-ନୂଆପଡ଼ା ଜିଲ୍ଲା ୩୫୩ ନମ୍ୱର ଜାତୀୟ ରାଜପଥ ତରବୋର୍ଡ – ସାହାଜଟ ଗ୍ରାମ ମଧ୍ୟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ୨ ଜଣ ବାଇକ୍ ଆରୋହି ଙ୍କ ଘଟଣାକୁ ସ୍ଥଳ ରେ ମୃତ୍ୟୁ ହୋଇଅଛି। ପିକପଭ୍ୟାନ ବାଇକ୍ କୁ ଧକ୍କା ଦେବା ଫଳରେ ଦୁର୍ଘଟଣା ହୋଇଥିଲା। ମୃତ ଦୁଇ ବାଇକ ଆରୋହି ହେଲେ କୋମନା ଥାନା ତରବୋର୍ଡ ଫାଣ୍ଡି ଅନ୍ତର୍ଗତ ସୁଶାନ୍ତ ଲୁହାର ଏବଂ ଟିକେଶ୍ୱର ସାହୁ ବୋଲି ଜଣାପଡ଼ିଛି ।ଦୁଇ ବାଇକ ଆରୋହୀ ୩୫୩ ନମ୍ୱର୍ ଜାତୀୟ ରାଜପଥ ରେ ତରବୋର୍ଡ ଯାଉଥିଲେ। ।

ବିପରୀତ ଦିଗରୁ ଏକ ଧଳା ରଙ୍ଗର ପିକପ ଭ୍ୟାନ ଦୃତ ଗତିରେ ଆସି ବାଇକ କୁ ଧକ୍କା ଦେଇଥିଲା। ଫଳରେ ଘଟଣା ସ୍ଥଳରେ ହିଁ ଉଭୟ ମୃତ୍ୟୁ ଘଟିଛି । ଦୁର୍ଘଟଣା ପରେ ଚାଲକ ଫେରାର ହୋଇଥିବା ଜଣା ପଡ଼ିଛି। କୋମନା ପୋଲିସ, ତରବୋର୍ଡ ଫାଣ୍ଡି ଅଧିକାରୀ ପହଞ୍ଚି ତଦନ୍ତ କରି । ଶବ ବ୍ୟବଚ୍ଛେଦ ପରେ ପରିବାରଙ୍କୁ ହସ୍ତାନ୍ତର କରିଛନ୍ତି।

error: Content is protected !!