Saturday, March 7, 2026
Homeଅଘଟଣମଦ ବେପାରୀ କୁ ଗୋଡେଇ ଧରିଲା ପୋଲିସ ।

ମଦ ବେପାରୀ କୁ ଗୋଡେଇ ଧରିଲା ପୋଲିସ ।

ମୟୁରଭଞ୍ଜ-ସବୁଦିନ ଭଳି କାଲି ସନ୍ଧ୍ୟାରେ ଚାଲିଥିଲା ବିଦେଶୀ ମଦ ବିକ୍ରି । କିନ୍ତୁ ହଟାତ ମାଡି ବସିଲା ପୋଲିସ ଆଉ ଜବତ କଲା ବିପୁଳ ପରିମାଣର ବିଦେଶୀ ମଦ । ଏଭଳି ଘଟଣା ଦେଖିବାକୁ ମିଳିଛି ମୟୁରଭଞ୍ଜ ଜିଲ୍ଲା ତଥା ତିନି ରାଜ୍ୟର ସୀମାନ୍ତ ଝାରପୋଖରିଆ ଥାନା ଅନ୍ତର୍ଗତ ସାରସକଣା ଶିଶୁ ମନ୍ଦିର ନିକଟରେ।ଆଉ ପୋଲିସ ବେଆଇନ ମଦ ବିକ୍ରି ଉପରେ ଚଢ଼ାଉ କରି ବିଭିନ୍ନ ବ୍ରାଣ୍ଡର 220 ଲିଟର ବିଦେଶୀ ମଦ ଯାହାର ଆନୁମାନିକ ମୂଲ୍ୟ୧,୩୩୦୦୦/-ଟଙ୍କା ହେବ । ଏହି ଘଟଣାରେ ସାରସକଣା ଗ୍ରାମର ଜଗତ ଜୀବନ ସାହୁ ()ଙ୍କୁ ଅଟକ ରଖିଛି । ଆଉ ଆଜି କୋର୍ଟ ଚାଲାଣ କରାଯିବ ବୋଲି ଥାନା ଅଧିକାରୀ ସୂଚନା ଦେଇଛନ୍ତି । ଯାହାକୁ ନେଇ ଝାରପୋଖରିଆ ଥାନା କେସ ନଂ.୫୮/୨୪ ରେ ମାମଲା ରୁଜୁ କରିଛି ଝାରପୋଖରିଆ ପୋଲିସ । ଅବକାରୀ ବିଭାଗ କାନରେ ତେଲ ଦେଇ ସୋଇଥିବା ବେଳେ ପୋଲିସ କରୁଛି ଅବକାରୀ ବିଭାଗର କାର୍ଯ୍ୟ ବୋଲି ସାଧାରଣ ରେ ଚର୍ଚ୍ଚା ହେଉଛି ।

error: Content is protected !!