Sunday, March 8, 2026
Homeକଳା ସାହିତ୍ୟ ସଂସ୍କୃତିମଙ୍ଗଳବାର ରୁ ବିନିକା ପାପକ୍ଷୟ ଲୋକ ମହୋତ୍ସବ ।

ମଙ୍ଗଳବାର ରୁ ବିନିକା ପାପକ୍ଷୟ ଲୋକ ମହୋତ୍ସବ ।

ସୁବର୍ଣ୍ଣପୁର(ଶାନ୍ତନୁ କୁମାର କର୍ଣ୍ଣ)-ସୁବର୍ଣ୍ଣପୁର ଜିଲ୍ଲା ବିନିକା ପାପକ୍ଷୟ ଲୋକ ମହୋତ୍ସବ ଆସନ୍ତାକାଲି ୧୧ ତାରିଖ ଠାରୁ ଆରମ୍ଭ ହେବାକୁ ଯାଉଥିବାବେଳେ ଦୀର୍ଘ ୪ଦିନ ଧରି ହେବାକୁ ଥିବା ଲୋକକଳା ପର୍ବରେ ସହର/ଗ୍ରାମାଞ୍ଚଳ, ବ୍ଲକ,ଜିଲ୍ଲା ତଥା ରାଜ୍ୟର କୋଣ ଅନୁକୋଣରୁ କଳାକାରଙ୍କ ସମାବେଶ ହେବ। ଏଥିପାଇଁ ପ୍ରସ୍ତୁତି ଚୁଡାନ୍ତ ପର୍ଯ୍ୟାୟରେ ପହଞ୍ଚିଥିବା ବେଳେ ରବିବାର ସଂଧ୍ୟାରେ ଲୋକ ମହୋତ୍ସବ ଅସ୍ଥାୟୀ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ମହୋତ୍ସବ କମିଟି ସଭାପତି ପ୍ରଶାନ୍ତ କୁମାର ଦଣ୍ଡସନା ଉପସ୍ଥିତ ସାମ୍ବାଦିକ ମାନଙ୍କୁ ସୂଚନା ଦେଇଛନ୍ତି।

ଏଥର ମହୋତ୍ସବ ଷଷ୍ଠ ବର୍ଷରେ ପଦାର୍ପଣ କରିସାରି ଥିବାବେଳେ ବିଗତ ବର୍ଷ ମାନଙ୍କ ଅପେକ୍ଷା ଚଳିତ ବର୍ଷ ଆହୁରି ଉତ୍ସାହ ଉଦ୍ଦୀପନା ମଧ୍ୟରେ ପାଳନ ହେବ। ୧୧ ରୁ ୧୪ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେବାକୁ ଯାଉଥିବା ଏହି ମହୋତ୍ସବର ପ୍ରଥମ ଦିନ ଅର୍ଥାତ ୧୧ତାରିଖ ସକାଳ ୧୦ଘଣ୍ଟା ସମୟରେ ପତାକା ଉତ୍ତୋଳନ, ମଞ୍ଚପୂଜା ଓ ସାଂସ୍କୃତିକ ଶୋଭାଯାତ୍ରା ଅନୁଷ୍ଠିତ ହେବ। ଶୋଭାଯାତ୍ରାରେ ପ୍ରାୟ ୨୦ଗୋଟି ସାଂସ୍କୃତିକ ଦଳ ସହ ଅଞ୍ଚଳର ବହୁ କଳାପ୍ରେମୀ ଭାଗନେବେ। ସନ୍ଧ୍ୟା ପ୍ରାୟ ୬ଘଣ୍ଟା ସମୟରେ ମାନ୍ୟବର ବୀରମହାରାଜପୁର ବିଧାୟକଙ୍କ ଦ୍ଵାରା ମଞ୍ଚ ଉଦ୍ଘାଟନ ହେବ ସେହିପରି ପଲ୍ଲୀଶ୍ରୀ ମେଳା,ମୀନାବଜାର ଦେଖଣାହାରୀଙ୍କୁ ଆକର୍ଷିତ କରିବ।

ସାଂସ୍କୃତିକ ମଞ୍ଚର ପ୍ରଥମ ସନ୍ଧ୍ୟାରେ ଅଞ୍ଚଳର କଳାପ୍ରେମୀଙ୍କ ସାଂସ୍କୃତିକ କାର୍ଯ୍ୟକ୍ରମ, ଦ୍ଵିତୀୟ ସନ୍ଧ୍ୟାରେ ଶିଶୁ କଳାକାରଙ୍କ ନାଚଗୀତ, ତୃତୀୟ ତଥା ଶେଷ ସନ୍ଧ୍ୟାରେ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ୧୫ସାଂସ୍କୃତିକ ଦଳ ତରଫରୁ ଲୋକକଳା, ଲୋକନୃତ୍ୟ ପରିବେଷଣ ହେବ ବୋଲି ସାଂସ୍କୃତିକ ସମ୍ପାଦକ ଶାଶ୍ଵତ ତ୍ରିପାଠୀ ସୂଚନା ଦେଇଥିଲେ। କଳାକାରଙ୍କ ନାଚଗୀତରେ ମଞ୍ଚ ଦୁଲୁକିବ। ଏହି ସାମ୍ବାଦିକ ସମ୍ମିଳନୀରେ ମହୋତ୍ସବ ଉପ ସଭାପତି ବିଜୟ ବରାଇ, କୋଷାଧ୍ୟକ୍ଷ ଦେବରାଜ ମେହେର ପ୍ରମୁଖ ଉପସ୍ଥିତ ଥିଲେ।

error: Content is protected !!