Saturday, March 7, 2026
Homeରାଜ୍ୟଭେଡେନ ବ୍ଲକ ସଭାଗୃହରେ ପଞ୍ଚାୟତ ସମିତି ବୈଠକ ।

ଭେଡେନ ବ୍ଲକ ସଭାଗୃହରେ ପଞ୍ଚାୟତ ସମିତି ବୈଠକ ।

ଅତାବିର(ସୁରେନ୍ଦ୍ର କଠାର)- ବରଗଡ ଜିଲା ଭେଡେନ ବ୍ଲକ ସଭାଗୃହରେ ପଞ୍ଚାୟତ ସମିତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଅତାବିରା ବିଧାୟକ ନିହାର ରଂଜନ ମହାନନ୍ଦ,ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ତ୍ରିପୁରା ମହାନନ୍ଦ,ବ୍ଲକ ଅଧ୍ୟକ୍ଷା ସୁପ୍ରଭା ମହାଲିଂକ ,ସାଂସଦ ପ୍ରତିନିଧି ସରୋଜ ମିଶ୍ର ,ବ୍ଲକ ଉପାଧ୍ୟକ୍ଷା ଡୋଲାମଣି ଖେତି ପ୍ରମୁଖ ମଂଚାସୀନ ଥିଲେ ।

ଏହି କାର୍ଯ୍ୟକ୍ରମରେ ଭେଡେନ ବ୍ଲକରେ କାର୍ଯ୍ୟରତ ସମସ୍ତ ଜିଆରସ,ଜିପିଓ,ବ୍ଲକର ୨୧ ପଂଚାୟତ ସରପଂଚ,ସମିତି ସଭ୍ୟ ସଭ୍ୟା ,ବ୍ଲକର ବିଭିନ୍ନ ବିଭାଗରେ କାର୍ଯ୍ୟରତ ସରକାରୀ ଅଧିକାରୀ ପ୍ରମୁଖ ଯୋଗଦେଇଥିଲେ ।ବିଭିନ୍ନ ଅଂଚଳରେ ପାନୀୟ ଜଳ ସମସ୍ୟା ଦେଖାଯାଉଥିବା ସରପଂଚମାନେ ଅଭିଯୋଗ କରିଥିଲେ ।କେତେକ ସରପଂଚ ଆମର ବିଲ କରାଯାଉନଥିବା ଅଭିଯୋଗ କରିଥିଲେ ।

error: Content is protected !!