Saturday, March 7, 2026
Homeକଳା ସାହିତ୍ୟ ସଂସ୍କୃତିଭେଡେନ ବ୍ଲକ ଖୁଣ୍ଟୁଲିପାଲି ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରର ବାର୍ଷିକ ଉତ୍ସବ ଅନୁଷ୍ଠିତ।

ଭେଡେନ ବ୍ଲକ ଖୁଣ୍ଟୁଲିପାଲି ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରର ବାର୍ଷିକ ଉତ୍ସବ ଅନୁଷ୍ଠିତ।

ଭେଡେନ(ଭବାନୀ ଶଙ୍କର ପାଢୀ)-ବରଗଡ ଜିଲ୍ଲା ଭେଡେନ ବ୍ଲକ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର, ଖୁଣ୍ଟୁଲିପାଲିର ଅଷ୍ଟାଦଶ ତମ ବାର୍ଷିକ ଉତ୍ସବ ମହା ଆଡ଼ମ୍ବରର ସହକାରେ ପାଳିତ ହୋଇଯାଇଛି । ଏଥିରେ ପରିଚାଳନା କମିଟି ର ସଭାପତି ସୁରେନ୍ଦ୍ର ଦାଶ ସଭାପତିତ୍ବ କରିଥିଲେ। ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ବରଗଡ ଲୋକସଭା ସଦସ୍ଯ ପ୍ରଦୀପ କୁମାର ପୁରୋହିତ ,ସମ୍ମାନୀତ ଅତିଥି ଭାବେ ଅତାବିରା ବିଧାୟକ ନିହାର ରଞ୍ଜନ ମହାନନ୍ଦ ,ବରଗଡ ଜିଲ୍ଲା ବିଜେପି ସାଧାରଣ ସମ୍ପାଦକ କୁଶ କୁମ୍ଭାର,ମୁଖ୍ୟବକ୍ତା ଭାବେ ଦହିତା ମହାବିଦ୍ୟାଳୟର ଅଧ୍ୟାପକ ସୁଶାନ୍ତ କୁମାର ମିଶ୍ର ଯୋଗଦେଇ କାର୍ଯ୍ୟକ୍ରମକୁ ଶୋଭାମଣ୍ଡିତ କରିଥିଲେ ।

ବିଦ୍ୟାଳୟର ସମ୍ପାଦକ ମଦନ ମୋହନ ଦାଶ ସ୍ବାଗତ ଭାଷଣ ଦେଇ ଅତିଥି ପରିଚୟ ପ୍ରଦାନ କରିଥିଲେ । ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ଭୋଜରାଜ ଦୁଆନ ବାର୍ଷିକ ବିବରଣୀ ପଠନ କରିଥିଲେ ।ମାତୃଭାରତୀ ସଭ୍ୟା ଶ୍ରୀମତୀ ପ୍ରିତିମୟୀ ପୁରୋହିତ ଧନ୍ୟବାଦ ଅର୍ପଣ କରିଥିଲେ। ମେଧାବୀ ଛାତ୍ର ଛାତ୍ରୀଙ୍କୁ ପୁରସ୍କାର ତଥା ଶୃଙ୍ଖଳା,ବାର୍ଷିକ ଉପସ୍ଥିତ ଓ ସ୍ଵଚ୍ଛତାରେ ମଧ୍ୟ ପୁରସ୍କାର ପ୍ରଦାନ କରାଯାଇଥିଲା । ବନ୍ଦେ ମାତରଂ ପରେ ଶେଷରେ ଶିଶୁ ଭାଇ ଭଉଣୀଙ୍କ ଦ୍ଵାରା ସାଂସ୍କୃତିକ କାର୍ଯକ୍ରମ ହୋଇଥିଲା ।

error: Content is protected !!