ବିଜେପୁର – ବରଗଡ ଜିଲ୍ଲା ବିଜେପୁର ବିଜ୍ଞାପିତ ଅଞ୍ଚଳ ପରିଷଦ ୨୦୧୭ ମସିହା ଡିସେମ୍ବର ୧୯ ତାରିଖରେ ୧୧ ଗୋଟି ୱାର୍ଡ ସହ ବିଜେପୁର ଆଖ ପାଖ ୫ ଟି ଗାଁ ଅର୍ଥାତ ବାଉଁଶପୋଲା,ମାଝିପାଲି, କେଉଁଟିପାଲି, କନ୍ଧରା, ଓ ଏମ୍. ଗଣ୍ଡପାଲି ଗାଁ କୁ ନେଇ ଏନ୍ଏସି ଗଠନ ହୋଇଛି l ରେଡିଏନ୍ସ କଲେଜ ପାଖରେ ସ୍ଥାୟୀ କାର୍ଯ୍ୟାଳୟ କୋଠା ନିର୍ମାଣ କାମ ସରିଥିଲେ ସୁଦ୍ଧା କାହିଁକି ଏ ଯାଏଁ ଆରମ୍ଭ ହୋଇପାରୁ ନାହିଁ l
ସେ କୋଠା ଗୁଡିକ ଭୂତ କୋଠି ଭଳି ପଡି ରହିଛି l ବର୍ତ୍ତମାନ ପୁରୁଣା ପଞ୍ଚାୟତ କୋଠାରେ ଏନ୍ଏସି କାର୍ଯ୍ୟାଳୟ ଚାଲୁଛି । ଦାୟିତ୍ଵରେ ମଧ୍ୟ ଜଣେ କାର୍ଯ୍ୟନିର୍ବାହୀ ଅଧିକାରୀ ଅଛନ୍ତି । ଏନ୍ଏସିରେରେ ଯାହା ଲୋକମାନେ ସୁବିଧା ପାଇବା କଥା ତାହା ମଧ୍ୟ ଠିକ ହିସାବରେ ପାଇ ପାରୁ ନାହାନ୍ତି l
ବିଜେପୁରର ବିଭିନ୍ନ ପଡ଼ାରେ ନିୟମିତ ଭାବରେ ଅଳିଆ ଆବର୍ଜନା ଠିକ ଭାବରେ ସଫା ହେଉ ନ ଥିବା ଅଭିଯୋଗ ହେଉଛି l ଟିକିଏ ବର୍ଷା ହେଲେ ବିଜେପୁରରେ ବେହାଳ ସ୍ଥିତି ଦେଖା ଦେଉଛି l ଡ୍ରେନେଜ ବ୍ୟବସ୍ଥା ମଧ୍ୟ ଠିକ ନାହିଁ l
ଏନ୍ଏସି ଅଧିନସ୍ଥ କିଛି ଗାଁ କୁ ଷ୍ଟ୍ରିକ ଲାଇଟ ଲାଗିଛି ସତ ହେଲେ କିଛି ଟା ଜଳୁଛି ଓ କିଛି ଖରାପ ହୋଇ ଗଲାଣି l ଏ ସବୁ ସମସ୍ୟାର ସମାଧାନ କେବେ ହେବ ବୋଲି ଲୋକେ ପ୍ରଶ୍ନ କରୁଛନ୍ତି l
ଓଡ଼ିଶାରେ ସରକାର ପରିବର୍ତ୍ତନ ହେବା ସହ ବିଜେପୁର ନିର୍ବାଚନ ମଣ୍ଡଳୀର ବିଧାୟକ ମଧ୍ଯ ପରିବର୍ତ୍ତନ ହୋଇ ଯାଇଛନ୍ତି । ତେବେ ନବନିର୍ବାଚିତ ବିଧାୟକ ଏହି ବିଷୟ ପ୍ରତି ଧ୍ୟାନ ଦେବା ଓ କେବେ ନୂତନ କାର୍ଯ୍ୟାଳୟରେ କାର୍ଯ୍ୟ ଆରମ୍ଭ ହେବ ତାହା ବୁଦ୍ଧିଜୀବୀଙ୍କ ମହଳରେ ଚର୍ଚ୍ଚା ।