Thursday, December 12, 2024
spot_imgspot_imgspot_img
Homeଅଘଟଣଭିଜିଲାନ୍ସ ଜାଲରେ ଏସିଏଫ : ଆୟ ବହିର୍ଭୁତ ସଂପତି ଠୁଳ ଅଭିଯୋଗରେ ଏକକାଳୀନ ୯ ଗୋଟି...

ଭିଜିଲାନ୍ସ ଜାଲରେ ଏସିଏଫ : ଆୟ ବହିର୍ଭୁତ ସଂପତି ଠୁଳ ଅଭିଯୋଗରେ ଏକକାଳୀନ ୯ ଗୋଟି ସ୍ଥାନରେ ଚାଲିଛି ରେଡ୍ ।

ସମ୍ବଲପୁର-ଭିଜିଲାନ୍ସ ଜାଲରେ ଏସିଏଫ । ହୀରାକୁଦ ବନ୍ୟପ୍ରାଣୀ ଡିଭିଜନର ଏସିଏଫ ରେବତୀ ରମଣ ଯୋଶୀଙ୍କ ଘରେ ଚାଲିଛି ଜୋରଦାର ଚଢାଉ । ଏକକାଳୀନ ୯ଟି ସ୍ଥାନରେ ଚାଲିଛି ରେଡ୍ । ଆୟ ବହିର୍ଭୁତ ସଂପତି ଠୁଳ ଅଭିଯୋଗରେ ରେଡ୍ କରାଯାଉଛି । ସମ୍ବଲପୁରର ୭ଟି ଓ ବରଗଡ଼ର ୨ଟି ସ୍ଥାନରେ ଚଢାଉ କରୁଛି ଭିଜିଲାନ୍ସ ।

ସମ୍ବଲପୁରରେ ଥିବା ରେବତୀ ରମଣଙ୍କ ଅଫିସ୍, ଡିୟର ପାର୍କ ନିକଟରେ ଥିବା ସରକାରୀ କ୍ବାର୍ଟରେ ରେଡ୍ ଚାଲିଛି । ଅଇଁଠାପାଲି ସ୍ଥିତ ତିନି ମହଲା ଘର, ଚର୍ଚ୍ଚ ଛକ ନିକଟରେ ଥିବା ଫ୍ଲାଟରେ ଯାଂଚ କରୁଛି ଭିଜିଲାନ୍ସ । ବ୍ରଜଧାମ ହାଉସିଂ ସୋସାଇଟିରେ ଥିବା ଘର, ସିଟି ପ୍ରାଇଡ୍ ଆପାର୍ଟମେଣ୍ଟରେ ଥିବା ଫ୍ଲାଟରେ ମଧ୍ୟ ଚଢାଉ କରାଯାଉଛି।

ସମ୍ବଲପୁର ମଲ୍ଲିପାଲିରେ ଥିବା କୋଠାରେ ମଧ୍ୟ ପହଞ୍ଚିଛନ୍ତି ଭିଜିଲାନ୍ସ ଅଧିକାରୀ। ସେହିପରି ବରଗଡ଼ ପଦ୍ମପୁରରେ ଥିବା ଘର ଓ ବିଜେପୁର ବଳନ୍ଦାରେ ଥିବା ପୈତୃକ ଘରେ ମଧ୍ୟ ଭିଜିଲାନ୍ସ ଟିମ୍ ଚଢାଉ କରୁଛି । ଏହି ଚଢ଼ାଉରେ ତିନିଜଣ ଡିଏସପି , ଦଶଜଣ ଇନ୍ସପେକ୍ଟର ଓ ଅନେକ ଭିଜିଲାନ୍ସ ଅଧିକାରୀ ସାମିଲ ଅଛନ୍ତି ।

error: Content is protected !!