Saturday, March 7, 2026
Homeଖେଳଭିଏସଏସ କପ୍ କ୍ରିକେଟ୍: ଡୁଡ଼ୁକିଝରିଆ ସେମିରେ ।

ଭିଏସଏସ କପ୍ କ୍ରିକେଟ୍: ଡୁଡ଼ୁକିଝରିଆ ସେମିରେ ।

ପଦ୍ମପୁର-ପଦ୍ମପୁର ନିକଟସ୍ଥ ବୁଧାପାଲି ମା’ ଭାରତୀ ପଡ଼ିଆଠାରେ ଚାଲିଥିବା ୧୪ତମ ଭିଏସଏସ କପ କ୍ରିକେଟ ଟୁର୍ଣ୍ଣାମେଣ୍ଟର ଚତୁର୍ଥ ଦିନ କ୍ବାଟର ଫାଇନାଲ ମ୍ୟାଚରେ ଭେଉରିଆକୁ ହରାଇ ଡୁଡ଼ୁକିଝରିଆ ସେମିଫାଇନାଲରେ ପ୍ରବେଶ କରିଛି। ମ୍ୟାଚ ପରେ ଜିଲ୍ଲା ପରିଷଦ ସଭ୍ୟା ସରସ୍ଵତୀ ସାହୁ, ସୁନୀଲ ବେହେରା, ଚୈତନ୍ୟ ଲୁହା ଅତିଥି ରୂପେ ଯୋଗଦେଇ ଡୁଡ଼ୁକିଝରିଆ ଦଳର ଦେବେନ୍ଦ୍ରଙ୍କୁ ମେନ ଅଫ ଦି ମେଚ ପୁରସ୍କାର ପ୍ରଦାନ କରିଥିଲେ।

ଆଜିର ମ୍ୟାଚରେ ଦିଲୀପ ଭୋଇ, ସୁମିଲ ଓ ମିଥୁନ ଅମ୍ପ୍ୟାରିଂ ଏବଂ ଶୁଭମ ଓ ବିବେକା ସ୍କୋରିଂ ଦାୟିତ୍ଵ ତୁଲାଇଥିଲେ । ବିକାଶ, ବିଜୟ ଓ ଅନୀଲ ଧାରା ବିବରଣୀ ପ୍ରଦାନ କରିଥିଲେ। କୈଳାଶ, ଦ୍ରୋଣ, ଆକାଶ, ରାଜା, ଗୁପ୍ତା, ବସୁ ଓ ଭିଏସଏସ ସ୍ପୋର୍ଟିଂର ଅନ୍ୟ ସଦସ୍ୟ ମାନେ ସହଯୋଗ କରିଥିଲେ। ଶେଷର ସଭାପତି ଲୋକନାଥ ପଟେଲ ଧନ୍ୟବାଦ ଅର୍ପଣ କରିଥିଲେ।

error: Content is protected !!