କଣ୍ଟାବାଞ୍ଜି-ଭାରିଯାନ ବଢାଉଛି ସହରାଞ୍ଚଳରେ ଟ୍ରାଫିକ ସମସ୍ୟା ଯାହାଫଳରେ ସ୍କୁଳ, କଳେଜ, ସରକାରୀ କର୍ମଚାରୀ ସହ ଜରୁରୀକାଳୀ କାମରେ ଯାଉଥିବା ଲୋକେ ଟ୍ରାଫିକ ସମସ୍ୟା ଯୋଗୁଁ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ବଲାଙ୍ଗୀର ଜିଲ୍ଲା ସୀମାନ୍ତ ଅଞ୍ଚଳରେ ସିନ୍ଧେକେଳା ସହର ଥିବା ବେଳେ ଏଠାରେ ଭାରିଯାନ ଯୋଗୁଁ ଘଣ୍ଟା ଘଣ୍ଟା ଟ୍ରାଫିକ ସମସ୍ୟା ଦେଖାଦେଇଥାଏ l ଯାହାଫଳରେ ଲୋକଙ୍କୁ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେବାକୁ ପଡିଥାଏ ।
![](https://jagrataprahari.com/wp-content/uploads/2024/11/IMG-20241105-WA0259-1024x512.jpg)
ଏନେଇ ବିଭିନ୍ନ ଗଣମାଧ୍ୟମରେ ଲଗାତର ଖବର ପ୍ରକାଶିତ ହେବା ପରେ ଗତ ଡିସେମ୍ବର ୫ ତାରିଖ ବଲାଙ୍ଗିର ଜିଲ୍ଲାପାଳ ଗୌରବ ଶିବାଜୀ ଇସଲୱାର ପ୍ରତିଦିନ ସକାଳ ୯ଟାରୁ ରାତି ୮ଟା ପର୍ଯ୍ୟନ୍ତ ଭାରିଯାନ ଚଳାଚଳ ବନ୍ଦ କରିବାକୁ ଆଦେଶ ଜାରି କରିଛନ୍ତି। ସିନ୍ଧେକେଳାରେ ଭାରିଯାନ ଉପରେ ନୋ ଏଣ୍ଟ୍ରି ତ କଣ୍ଟାବାଞ୍ଜିରେ କେବେ ବୋଲି ବୁଦ୍ଧିଜୀବୀ ମହଳରେ ପ୍ରଶ୍ନ ଉଠୁଛି। ପଶ୍ଚିମ ଓଡିଶା ବ୍ୟବସାୟିକ ସହର ଭାବେ ପରିଚିତ କଣ୍ଟାବାଞ୍ଜି ସହର ଏଠାରେ ଦିନ କୁ ଦିନ ଟ୍ରାଫିକ ସମସ୍ଯା ବୃଦ୍ଧି ପାଇବାରେ ଲାଗିଛି।
![](https://jagrataprahari.com/wp-content/uploads/2024/10/Kalinga-Jewellery-1024x481.jpg)
ମନଇଚ୍ଛା ବ୍ୟବସାୟି ମାନେ ରାସ୍ତା ଉପରେ ଭାରିଯାନ ଲଗାଇ ସ୍ଥାନୀୟ ପ୍ରଶାସନକୁ ହାତଗୁଞ୍ଜ ଦେଇ ଲୋଡିଙ୍ଗ ଅନଲୋଡିଙ୍ଗ କରୁଛନ୍ତି। ଯାହାଫଳରେ ଘଣ୍ଟା ଘଣ୍ଟା ଟ୍ରାଫିକ ଜାମ ରହୁଥିବା ବେଳେ ଅନେକ ସମୟରେ ଆମ୍ବୁଲାନ୍ସ ମଧ୍ଯ ଫସି ରହୁଥିବା କଣ୍ଟାବାଞ୍ଜି ସହର ରେ ଦେଖିବାକୁ ମିଲେ। ଏନେଇ କୌଣସି ଲୋକ ମୁହଁ ଖୋଲିଲେ ବ୍ୟବସାୟୀ ମାନେ ତାଙ୍କୁ ନାଲିଆଖି ଦେଖାଉଥିବା ଅଭିଯୋଗ ହେଉଛି।
![](https://jagrataprahari.com/wp-content/uploads/2024/09/tvs-showrooms-6x2-1-1024x427.jpg)
ମନଇଚ୍ଛା ଭାରିଯାନ ଚଳାଚଳ ହେଉଛି ଯାହାଫଳ ରେ ସାଧାରଣତ ଲୋକେ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଗଣମାଧ୍ୟମରେ ଖବର ପ୍ରକାଶିତ ହେଳେ ସ୍ଥାନୀୟ ପୋଲିସ କାଭା କିଛି ଯାନବାହାନ ଉପରେ ଚାଲାଣ କାଟି କାମ ସାରି ଦେଇଥାଏ ପରେ ସେହି ଅବସ୍ଥା ପୁଣି ଦେଖାଦେଇଥାଏ। ଦିନ କୁ ଦିନ ଏହି ସହରରେ ଟ୍ରାଫିକ ସମସ୍ୟା ଜଟିଳ ହେଉଥିବା ବେଳେ ସିନ୍ଧେକେଳା ପରି କଣ୍ଟାବାଞ୍ଜି ସହରରେ ମଧ୍ଯ ଭାରିଯାନ ଉପରେ ନୋ ଏଣ୍ଟ୍ରି ଲଗାଇବାକୁ ବଲାଙ୍ଗୀର ଜିଲ୍ଲାପାଳଙ୍କୁ ଅଞ୍ଚଳ ବାସୀ ଦାବୀ କରୁଛନ୍ତି।
![](https://jagrataprahari.com/wp-content/uploads/2024/10/Zenith-Lion-Gurukul-1024x723.png)
![](https://jagrataprahari.com/wp-content/uploads/2024/12/20241211_222518-1024x695.jpg)