Saturday, November 23, 2024
spot_imgspot_imgspot_img
Homeକଳା ସାହିତ୍ୟ ସଂସ୍କୃତିଭାରତ ବନ୍ଦ ପାଇଁ ଏସଟି ଏସସି ସଙ୍ଘର ପ୍ରସ୍ତୁତି ବୈଠକ ।

ଭାରତ ବନ୍ଦ ପାଇଁ ଏସଟି ଏସସି ସଙ୍ଘର ପ୍ରସ୍ତୁତି ବୈଠକ ।

କଳାହାଣ୍ଡି-ଧର୍ମଗଡ଼ ଆଦିବାସୀ ଭବନରେ ଧର୍ମଗଡ଼ ST ଓ SC ସମାଜର ନେତୃ ମଣ୍ଡଳୀ କୁ ନେଇ ରବିବାର ସକାଳ ୧୦ ଟା ରୁ ଏକ ମିଳିତ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ଧର୍ମଗଡ଼ ବ୍ଳକ ଆଦିବାସୀ ସଂଘର ସଭାପତି ଶ୍ରୀ ଭବେଶ ଗଇଁତା ସଭାପତିତ୍ବ କରିଥିବା ବେଳେ ମୁଖ୍ୟ ଅତିଥି ଭାବେ କଳାହାଣ୍ଡି ଜିଲ୍ଲା ଆଦିବାସୀ ସଂଘ ସଭାପତି ଶ୍ରୀ ପ୍ରକାଶ ମାଝୀ ଯୋଗ ଦେଇଥିଲେ । ସମ୍ମାନିତ ଅତିଥି ଭାବେ ଶ୍ରୀ ସୁରେଶ ମାଝୀ, ଶ୍ରୀ ଚକ୍ରଧର ବେଣୁପାଣି, ଶ୍ରୀ ଧନମତ ଛତ୍ରିଆ, ହରେକୃଷ୍ଣ ନାଏକ, ଫୁଲେଶ୍ୱର ସେନାପତି ଯୋଗ ଦେଇଥିଲେ ।

ଆଲୋଚନାରେ ଭାଗନେଇ ଶ୍ରୀ ପ୍ରକାଶ ମାଝୀ ଗତ ୧ ତାରିଖ ଦିନ ସୁପ୍ରିମ କୋର୍ଟ କୋଟା ଉପରେ କୋଟା ନେଇଁ ଯେଉଁ ରାୟ ଦେଇଛନ୍ତି ତାହା ସମ୍ବିଧାନ ବିରୋଧୀ, ST-SC ସ୍ୱାର୍ଥ ବିରୋଧୀ ରାୟ । ଏହା କାର୍ଯ୍ୟକାରୀ ହେଲେ ଜାତି ଜାତି ଭିତରେ ବିଶୃଙ୍ଖଳା ସୃଷ୍ଟି ହେବା ସହିତ ଆମର ଭାଇଚାରା ନଷ୍ଟ ହେବ । ଆଈନ ତିଆରି ପାଇଁ ପାର୍ଲିଆମେଣ୍ଟ ଥିବାବେଳେ କୋର୍ଟ କଚେରୀ ଆଈନ ତିଆରି କରି ସମ୍ବିଧାନର ପ୍ରଦତ୍ତ ସୀମା ଉଲଂଘନ କରୁଛନ୍ତି । ତେଣୁ ଏହି ରାୟ କୁ ବିରୋଧ କରାଯିବ ଓ ଆସନ୍ତା ୨୧ ତାରିଖ ଦିନ ହେବାକୁ ଥିବା ଭାରତ ବନ୍ଦ କାର୍ଯ୍ୟକ୍ରମକୁ ଜୋରଦାର ଭାବେ ସମର୍ଥନ କରି ଧର୍ମଗଡ଼ରେ ବନ୍ଦ କୁ ସଫଳ କରିବାକୁ ଅନୁରୋଧ କରିଥିଲେ ।

ଆଲୋଚନାରେ ଭାଗ ନେଇଁ ଆଇନଜୀବୀ ଦିଗାମ୍ବର ଦୁରିଆ, ସୁପ୍ରିମକୋର୍ଟ ଙ୍କ ରାୟ କୁ ପ୍ରକୃତରେ ଯଦି ପ୍ରଧାନମନ୍ତ୍ରୀ କାର୍ଯ୍ୟକାରୀ ନ କରିବାକୁ ଚାହୁଁଛନ୍ତି, ତେଵେ ଏହି ରାୟ ବିରୁଦ୍ଧରେ ସୁପ୍ରିମ କୋର୍ଟରେ ରିଭ୍ୟୁ ପିଟିସନ ଦିଅନ୍ତୁ, କିମ୍ବା ଅର୍ଡିନାନ୍ସ ଆଣି ରାୟକୁ ଖାରଜ କରନ୍ତୁ ବୋଲି କହିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ହରେକୃଷ୍ଣ ନାଏକ, ଦୟାନିଧି ମାଝୀ, ବନମାଳୀ ଭୋଇ , ଭାରତ ବନ୍ଧୁ ସୁନାନୀ, ପ୍ରେମ ଲାଲ ଜଗତ,ସଞ୍ଜୟ ଜାଲ,ଢଗ ନାଏକ, ବିଷ୍ଣୁ ପୁଝାରୀ,ମିଥୁନ ଦୁର୍ଗା,ବିଦୁର ଜାଲ , ବିଶ୍ୱମ୍ବର ଶବର,ଟଙ୍କଧର ଅଣ୍ଟି, ରୁକୁରାମ ଶବର, ରାଜେନ୍ଦ୍ର ଶବର ଆଦି ଅନେକ ନେତୃ ମଣ୍ଡଳୀ ଯୋଗ ଦେଇଥିଲେ ।

error: Content is protected !!