Saturday, March 7, 2026
Homeରାଜନୀତିଭାରତୀୟ ଜନତା ପାର୍ଟି ତରଫରୁ ବିଜୟ ଶୋଭାଯାତ୍ରା ଅନୁଷ୍ଠିତ ।

ଭାରତୀୟ ଜନତା ପାର୍ଟି ତରଫରୁ ବିଜୟ ଶୋଭାଯାତ୍ରା ଅନୁଷ୍ଠିତ ।

ରାଇରଙ୍ଗପୁର(ଶ୍ୟାମଳେନ୍ଦୁ ପରିଡା)- ରାଇରଙ୍ଗପୁର ସହରସ୍ତ ପଣ୍ଡିତ ରଘୁନାଥ ମୁର୍ମୁ ଛକ ଠାରେ ଭାରତୀୟ ଜନତା ଦଳର ଅଭୁତପୂର୍ବ ବିଜୟର ପରାକାଷ୍ଠାରେ ବିଜୟ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଶୋଭାଯାତ୍ରାରେ ମୟୂରଭଞ୍ଜ ସାଂସଦ ନବ ଚରଣ ମାଝୀ ଓ ରାଇରଙ୍ଗପୁର ବିଧାୟକ ଜଲେନ ନାଏକ ଯୋଗ ଦେବା ସହିତ ଭାରତୀୟ ଜନତା ପାର୍ଟି ରାଜ୍ୟ ସମ୍ପାଦକ ନବୀନ କୁମାର ରାମ, ବରିଷ୍ଠ ନେତା ବିଜୁ ଗୋପାଳ ଗୋପ, ରାଇରଙ୍ଗପୁର ନଗର ସଭାପତି ସୁରଥ ପଟ୍ଟନାୟକ, କର୍ମୀ ବିକାଶ ମହାନ୍ତ, ଉପେନ୍ଦ୍ର କୁମାର ରାଉତ, ଟନି ପଣ୍ଡା, ମହିଳା ମୋର୍ଚ୍ଚା ଜିଲ୍ଲା ସଭାପତି ବିଜୟ ଲକ୍ଷ୍ମୀ ସୋନାଲି ମହାନ୍ତ, ଅଶୋକ ମହାନ୍ତ,ଶଶାଙ୍କ କୁମାର, ମନୋରଂଜନ ତିରିଆ ତଥା ଅନ୍ୟମାନେ ଉପସ୍ଥିତ ଥିଲେ । ଏହି ବିରାଟ ଶୋଭାଯାତ୍ରାରେ ରାଇରଙ୍ଗପୁର ଉପଖଣ୍ଡର ବିଭିନ୍ନ ବ୍ଲକର କର୍ମୀ ଓ କର୍ମକର୍ତ୍ତା ଶହ ଶହ ସଂଖ୍ୟାରେ ସାମିଲ ହୋଇଥିଲେ । ଏହି ଅବକାଶରେ କର୍ମୀଗଣ ଖୁସିରେ ମସଗୁଲ ହୋଇ ନାଚଗୀତ, ବାଣ ରୋସାଣୀ ସହିତ ବିଜୟ ଶୋଭାଯାତ୍ରା କରିଥିଲେ । ଉକ୍ତ ଶୋଭାଯାତ୍ରା ମୁର୍ମୁ ଛକ ଠାରୁ ବାହାରି ଦୁର୍ଗାମଣ୍ଡପ, ଗୋଲେଇଛକ, ବଜାର, ଇଚିଣ୍ଡା ବାଟେ ବାଟେ ଦେଇ ଭାରତୀୟ ପାର୍ଟି କାର୍ଯ୍ୟାଳୟରେ ପହଞ୍ଚିଥିଲା ।

error: Content is protected !!