Saturday, March 7, 2026
Homeକଳା ସାହିତ୍ୟ ସଂସ୍କୃତିବ୍ଳକ ସ୍ତରିୟ ଶିଶୁ ମହୋତ୍ସବ ସୂରଭି ଉଦଘାଟିତ ।

ବ୍ଳକ ସ୍ତରିୟ ଶିଶୁ ମହୋତ୍ସବ ସୂରଭି ଉଦଘାଟିତ ।

ବରପାଲି-ବରପାଲି ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ ପକ୍ଷରୁ ଶିଶୁ ମହୋତ୍ସବ ସୁରଭି କାର୍ଯ୍ୟକ୍ରମ ଗଙ୍ଗାଧର ୟୁଜିୟୁପି ସ୍କୁଲ ପରିସରରେ ଉଦଘାଟିତ ହୋଇଯାଇଛି। ସୋମବାର ପୂର୍ବାହ୍ନରେ ମୁଖ୍ୟ ଅତିଥି ଭାବରେ ବ୍ଲକ ଗୋଷ୍ଟି ଉନ୍ନୟନ ଅଧିକାରୀ ସୁମନ୍ତ କୁମ୍ଭାର ଏବଂ ସ୍ବତନ୍ର୍ତ ନିମନ୍ର୍ତିତ ଅତିଥି ତହସିଲଦାର ଋକ୍ବଣ ମେହେର ଯୋଗ ଦେଇ ଉତ୍ସବର ଉଦଘାଟନ କରିଥିଲେ।

ସମ୍ମାନିତ ଅତିଥି ରୂପେ ବିଜେପୁର ବ୍ଲକ ଶିକ୍ଷା ଅଧିକାରୀ ନାରାୟଣ ଭୋଇ,ଅତିରିକ୍ତ ବ୍ଲକ ଶିକ୍ଷାଧିକାରୀ ଦୁର୍ଯ୍ଯୋଧନ ସିଂ ଯୋଗଦେଇ ଛାତ୍ରଛାତ୍ରି ମାନଙ୍କୁ ପ୍ରୋତ୍ସାହନ ଯୋଗାଇଥିଲେ। ବ୍ଲକ ଗୋଷ୍ଠୀ ଶିକ୍ଷା ଅଧିକାରୀ ମୁକୁନ୍ଦ ମହାରାଙ୍କ ଅଧ୍ଯକ୍ଷତାରେ କାର୍ଯ୍ଯକ୍ରମ ପରିଚାଳିତ ହୋଇଥିଲା।

ବିଭାଗିୟ ସହକାରୀ ଶିକ୍ଷକ ସୋହନ ପଧାନଙ୍କ ସଂଯୋଜନାରେ ସଭାକାର୍ଯ୍ଯ ସଂଚାଳିତ ହୋଇଥିଲା । ଉଦଘାଟନୀ ପର୍ବ ସମାପନ ପରେ ୧୪ଟି କ୍ଲଷ୍ଟରରୁ ପହଞ୍ଚିଥିବା ଶିକ୍ଷାର୍ଥୀ ମାନଙ୍କୁ ନେଇ କୁଇଜ୍, ବକ୍ତୃତା, ବିତର୍କ, ସଙ୍ଗୀତ, ଚିତ୍ରାଙ୍କନ, ହସ୍ତାକ୍ଷର ଓ ଶ୍ରୁତଲିଖନ ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମ ପ୍ରତିଯୋଗିତା ମାନ ଆରମ୍ଭ ହୋଇଥିଲା।

error: Content is protected !!