Thursday, November 28, 2024
spot_imgspot_imgspot_img
Homeକଳା ସାହିତ୍ୟ ସଂସ୍କୃତିବ୍ଲକ ସ୍ତରୀୟ ପ୍ରେରଣା ଉତ୍ସବ ଅନୁଷ୍ଠିତ।

ବ୍ଲକ ସ୍ତରୀୟ ପ୍ରେରଣା ଉତ୍ସବ ଅନୁଷ୍ଠିତ।

ବରପାଲି – ବରପାଲି ସରକାରୀ ବାଳକ ବିଦ୍ୟାଳୟ ପରିସରରେ ବ୍ଲକ ସ୍ତରୀୟ ପ୍ରେରଣା ଉତ୍ସଵ ଆୟୋଜିତ ହୋଇଯାଇଛି। ଶିକ୍ଷା ବିଭାଗ ପକ୍ଷରୁ ଆୟୋଜିତ ଉତ୍ସବରେ ଭିନ୍ନ ଭିନ୍ନ ପ୍ରତିଯୋଗିତା ମାନ ଅନୁଷ୍ଠିତ ହୋଇଥିଲା। ବ୍ଲକର ସରକାରୀ ଓ ବେସରକାରୀ ଉଚ୍ଚ ବିଦ୍ୟାଳୟ ୩୦ଟି ଓ ୭ଟି ଉଚ୍ଚମାଧ୍ୟମିକ ବିଦ୍ୟାଳୟ ମଧ୍ଯରୁ ମୋଟ ୫୦ ଜଣ ଛାତ୍ର ଛାତ୍ରୀ ଯୋଗ ଦେଇଥିଲେ। ଆୟୋଜିତ ପ୍ରତିଯୋଗିତାରେ ଗଳ୍ପ ଲିଖନ, ପ୍ରବନ୍ଧ ଲିଖନ, କବିତା ରଚନା, ଚିତ୍ରାଙ୍କନ,ଗୀତ ଆଦି ପାଞ୍ଚଟି ବିଭାଗକୁ ନେଇ ଆୟୋଜନ ହୋଇଥିଲା। ଉତ୍ସବରେ ସ୍ଥାନିୟ ଗୋଷ୍ଠି ଶିକ୍ଷା ଅଧିକାରୀ ମୁକୁନ୍ଦ ମହରାଙ୍କ ସଭାପତିତ୍ବରେ କାର୍ଯ୍ଯକ୍ରମ ପରିଚାଳିତ ହୋଇଥିଲା।

ମୁଖ୍ୟ ଅତିଥି ଭାବରେ ଅତିରିକ୍ତ ତହସିଲଦାର ହିମାଂଶୁ ନାଏକ ଏବଂ ସମ୍ମାନିତ ଅତିଥି ଭାବେ ସୁଧୀର କୁମାର ସେଠ୍ ଯୋଗ ଦେଇଥିଲେ। ଉଭୟ ବାଳକ ଓ ବାଳିକା ବିଭାଗରୁ ପାଞ୍ଚ ଜଣ ଲେଖାଏଁ ଛାତ୍ର ଛାତ୍ରୀ ଜିଲ୍ଲା ସ୍ତରିୟ ଉତ୍ସବରେ ସାମିଲ ହେବା ପାଇଁ ମନୋନୀତ ହୋଇଥିଲେ। ଉତ୍ସବ ପରିଚାଳନାରେ ସରକାରୀ ବାଳିକା ଉଚ୍ଚବିଦ୍ୟାଳୟ ପ୍ରଧାନ ଶିକ୍ଷକ ନାରାୟଣ ଭୁଏ, ଆଗଲପୁର ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଅଶୋକ କୁମାର ପଣ୍ଡା, ସରକାରୀ ଗଙ୍ଗାଧର ଏନ୍ ଏ ସି ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ମନୋଜ କୁମାର ବାରିକ ଓ ତେଜଙ୍ଗ କ୍ଲଷ୍ଟର ସି ଆର ସି ସି ସଞ୍ଜୟ କୁମାର ସାହୁ ତଥା ସରକାରୀ ବାଳକ ଉଚ୍ଚ ବିଦ୍ୟାଳୟ ଶିକ୍ଷକ, ଶିକ୍ଷୟିତ୍ରୀ ଓ କର୍ମଚାରୀ ମାନେ ସହଯୋଗ କରିଥିଲେ।

ଏଥିରେ କଟାପାଲି ଡିଗ୍ରୀ ମହାବିଦ୍ୟାଳୟର ଅଧ୍ୟାପକ ଶ୍ରୀ ବିଭୂଦତ୍ତ ପ୍ରଧାନ, ସରକାରୀ ଏନ୍ ଏ ସି ଉଚ୍ଚ ବିଦ୍ୟାଳୟର ଶିକ୍ଷୟିତ୍ରୀ ଶ୍ରୀମତୀ ଇତିଶ୍ରୀ ମେହେର, ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ଶିକ୍ଷୟିତ୍ରୀ ଶ୍ରୀମତୀ ରିନା ଦାସ, ସରକାରୀ ବାଳକ ଉଚ୍ଚ ବିଦ୍ୟାଳୟ ଶିକ୍ଷୟିତ୍ରୀ ଆଲିଶା ସାହୁ, ସମଲେଶ୍ଵରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ସରୋଜ ମେହେର ଓ ବନ୍ଧପାଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ବିଜେନ୍ଦ୍ର ବେହେରା ପ୍ରମୁଖ ବିଚାରକ ଭାବରେ କାର୍ଯ୍ୟ ସମ୍ପାଦନା କରିଥିଲେ। ଶେଷରେ ସରକାରୀ ବାଳକ ଉଚ୍ଚ ବିଦ୍ୟାଳୟ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଜୟ ପ୍ରକାଶ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।

error: Content is protected !!